ଗୌହାଟୀରେ ବିଜେଡି ନେତାଙ୍କ ମେଳି, ରାଜ୍ୟ ରାଜନୀତିରେ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର: କିଛି ଦିନ ତଳେ ବିଜେଡିର ବହୁ ବରିଷ୍ଠ ନେତା ଗୌହାଟି ଗସ୍ତ କରିଥିଲେ । ବିଜୁ ଜନତା ଦଳର ଏହି ନେତାଙ୍କ ରାଜ୍ୟ ବାହାରେ ଏକାଠି ହେବା କାରଣରୁ ଓଡିଶାର ରାଜନୈତିକ ମହଲରେ ଆଲୋଚନା ତୀବ୍ର ହେବାରେ ଲାଗିଛି । ବର୍ତ୍ତମାନ ରାଜ୍ୟ ବାହାରେ ଆଞ୍ଚଳିକ ଦଳର ନେତାଙ୍କ ସମାବେଶ ପଛର କାରଣ ଉପରେ ପ୍ରଶ୍ନ ଉଠିଛି। ଆସାମର ରାଜଧାନୀରେ ଏହି ନେତାମାନଙ୍କୁ କାହିଁକି ଏକାଠି ହେବାକୁ ପଡ଼ିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ? ନିର୍ବାଚନ ପରାଜୟର ସାତ ମାସ ପରେ ରାଜ୍ୟ ବାହାରେ ବହୁ ବିଶିଷ୍ଟ ତଥା ଭେଟେରାନ ନେତାଙ୍କ ଏକାଠି ହେବା ଓଡିଶା ରାଜନୀତକୁ କରିଛି ଉଷ୍ମ ।
ସାଧାରଣରେ କୁହାଯାଉଛି ଯେ, ଏହି ନେତାମାନେ ଏକ ସାମାଜିକ କାର୍ଯ୍ୟକ୍ରମ ପାଇଁ ଗୌହାଟୀ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଥିଲା। ଏଥିରେ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ, ସଞ୍ଜୟ ଦାସବର୍ମା, ସମ୍ବିତ ରାଉତରାୟ, ଅତନୁ ସବ୍ୟସାଚୀ ନାୟକ ଥିଲେ । ଏହି ଅବସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ବିଜୟ ମହାପାତ୍ରଙ୍କ ଉପସ୍ଥିତି ହିଁ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଉଛି । କାରଣ ଉପସ୍ଥିତ ଥିବା ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଏକଦା ବିଜୟ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ । ତେବେ ଏହି ବୈଠକରେ କ'ଣ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବିଜେଡି ନେତାଙ୍କ ବ୍ୟତୀତ ପ୍ରଶାନ୍ତ ଜଗଦେବ ଏବଂ ବିଷ୍ଣୁ ଦାସଙ୍କ ସମେତ ଭାରତୀୟ ଜନତା ପାର୍ଟିର କିଛି ନେତା ମଧ୍ୟ ଏଥିରେ ନଜର ଆସିଥିଲେ। ଅନ୍ୟପଟେ ଏହି ସମ୍ମିଳନୀ ଉପରେ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି ଯେ ଏହି ବୈଠକ କିଛି ଉଦ୍ଦ୍ୟେଶ ରଖି କରାଯାଇ ନାହିଁ । ଗଣମାଧ୍ୟମ ଦ୍ୱାରା ଏହି ସମ୍ମିଳନୀକୁ ଭିନ୍ନ ଭିନ୍ନ ରଙ୍ଗ ଦିଆଯାଉଛି ବୋଲି ସେ ଦାବି କରିଛନ୍ତି।
ସେହିଭଳି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। "ଆମର ଦିର୍ଘ ରାଜନୈତିକ କ୍ୟାରିୟର ଅଛି ଏବଂ ଆମର ସାଙ୍ଗ ଏବଂ ସମର୍ଥକ ଅଛନ୍ତି। ଯଦି କେହି ଆମ ପାଖକୁ ଆସନ୍ତି, ତେବେ ଆମ ତାଙ୍କୁ ଚା ପିଇବାକୁ ଦେବା ସ୍ୱଭାବିକ ଅଟେ । ପାଇଁ ଚା ପିଇବା ସ୍ୱାଭାବିକ ଅଟେ। ଆଉ ଏହିପରି ଏକାଠି ଆସିବା କୌଣସି ଗଠବନ୍ଧନର ଅର୍ଥ ନୁହେଁ ।












Click it and Unblock the Notifications