ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ, ଥାନାରେ ମାମଲା ରୁଜୁ
ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଢିଲା ଅଡୁଆ। ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ଏକ ବଡ଼ ଧରଣର ଠକେଇ ଅଭିିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଙ୍କିତଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, କଟକର ଜଣେ ବ୍ୟବସାୟୀଙ୍କୁ ଅଙ୍କିତ ବକେୟା ୪୮ ଲକ୍ଷ ଟଙ୍କା ଫେରାଇ ଦେଇ ନ ଥିବା ଦାବି କରାଯାଇଛି।

ଅନ୍ୟପକ୍ଷରେ, ଅଙ୍କିତଙ୍କ କମ୍ପାନୀ 'ଏମ୍ଫୋରିଆ ୱାର୍କସ ପ୍ରାଇଭେଟ ଲିମିଟେଡ' ପକ୍ଷରୁ ଏକ ପାଲଟା ଅଭିଯୋଗ ଦାଖଲ ହୋଇଛି। କମ୍ପାନୀର ମ୍ୟାନେଜର କେନ୍ଦ୍ରାପଡ଼ା ଟାଉନ ଥାନାରେ ଏସଏସବି ଇଲେକ୍ଟ୍ରିକାଲ୍ସ ମାଲିକ ଅରବିନ୍ଦ ତ୍ରିପାଠୀ ଓ ଗଣେଶ ସୱାଇଁଙ୍କ ନାଁରେ ଏତଲା ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ଏହି ଦୁଇ ବ୍ୟକ୍ତି କମ୍ପାନୀର କାର୍ଯ୍ୟରେ ବାଧା ସୃଷ୍ଟି କରି ଆର୍ଥିକ କ୍ଷତି ଘଟାଇଛନ୍ତି।












Click it and Unblock the Notifications