ବଢ଼ିଲା ବିଜେଡି ନେତା ମୁନା ଖାଁଙ୍କ ଅଡ଼ୁଆ, ସାଂସଦଙ୍କ ନାଁରେ ଥାନାରେ ଏତଲା

ଅଡୁଆରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ମୁନ୍ନା ଖାଁଙ୍କ ନାଁରେ ଏତଲା ଦିଆଯାଇଛି । ଆହେଦୟା ମୟ ବିଶ୍ବବିହାରୀ ପ୍ରାର୍ଥନାର କଦର୍ଥ ବ୍ୟାଖ୍ୟା କରିବାକୁ ନେଇ ପ୍ରତିବାଦ କରାଯିବା ସହ ଏତଲା ହୋଇଛି।

Muna Khanna

ଏହି କାଳଜୟୀ ପ୍ରାର୍ଥନା ରଚୟିତା ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ଏହି ପ୍ରାର୍ଥନା ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଲିଖିତ ଅଭିଯୋଗ ହୋଇଛି। ଏଥିସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ ପଡ଼ିଛନ୍ତି। କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରି ନାହାଁନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହଁନ୍ତି। ତାଙ୍କ ଗିରଫ ସହ ସାଂସଦ ପଦ ରଦ୍ଦ କରାଯିବାକୁ ଦାବି କରିଛନ୍ତି। କଟକ ଜିଲ୍ଲା ଓଲଟପୁର ବାଇରୋଇ ସ୍ଥିତ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ସଭା ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବର୍ଗତ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ ଓ ପରିଷଦ କର୍ମକର୍ତ୍ତାମାନେ ଏହି ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+