ଶଙ୍ଖ ଭବନରେ ବିଜେଡି ଯୁବନେତ୍ରୀ ଇପସିତା ସାହୁଙ୍କୁ ଆକ୍ରମଣ
Odisha News: ଶଙ୍ଖ ଭବନରେ ବିଜେଡି ପ୍ରତିଷ୍ଠା ଦିବସରେ ହଙ୍ଗାମା । ବିଜେଡି ଯୁବନେତ୍ରୀ ଇପସିତା ସାହୁଙ୍କୁ ଆକ୍ରମଣ କରିଛନ୍ତି ଅନ୍ୟ ଜଣେ ମହିଳା । ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ହୋଇଥିବା ନେଇ ସୂଚନା ରହିଥିଲା । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତି ରେ ଏପରି ଘଟଣା ଘଟିଛି ।

ସୂଚନା ଅନୁସାରେ, ଆଜି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଦଳର ସମସ୍ତ କର୍ମକର୍ତ୍ତା ଶଙ୍ଖ ଭବନରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ବିଜେଡି ଯୁବନେତ୍ରୀ ଇପସିତା ସାହୁଙ୍କୁ ଚାପୁଡା ମାରିଥିଲେ ଜଣେ ମହିଳା। ତେବେ ସେ କାହିଁକି ଇପସିତାଙ୍କୁ ଚାପୁଡା ମାରିଲେ ସେଇ ନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।












Click it and Unblock the Notifications