ଜେଲ୍ ଗଲେ ବବିଙ୍କ ଭାଇ ଭବ ପ୍ରକାଶ ଦାସ
BJD Leader Bobby Das's Brother Bhaba Das: ଜେଲ୍ ଗଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ । ଗିରଫ ପରେ ତାଙ୍କୁ ଯାଜପୁର ସବ୍ ଜେଲକୁ ପଠାଇଯାଇଛି । ଆଜି ସକାଳେ ଯାଜପୁର ଟାଉନ ପୋଲିସ ତାଙ୍କୁ ଗିରଫ କରିଥିଲା। ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ସୂଚନାଥାଉ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ନେଇ ଅଟକ ରଖାଯାଇଥିଲା । ଆଜି ସକାଳେ ତାଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇ ଏସ୍ଡିଜେଏମ୍ଙ୍କ ବାସଭବନ ହାଜର କରାଯାଇଥିଲା। ପରେ ଭବ ପ୍ରକାଶ ଦାସଙ୍କୁ ଯାଜପୁର ସବ୍ଜେଲକୁ ପଠାଇ ଦିଆଯାଇଛି।












Click it and Unblock the Notifications