For Quick Alerts
Turn On Notification  
For Daily Alerts
Oneindia App Download

ଭଦ୍ରକରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

ଭଦ୍ରକରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

|

ଭଦ୍ରକ: ଭଦ୍ରକ ଜିଲ୍ଲାରରେ ଆରମ୍ଭ ହେଲା ଜନସଂପର୍କ ପଦଯାତ୍ରା । ଆଜି ପ୍ରଥମେ ବିଭିନ୍ନ ବ୍ଲକରୁ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଜେଡି ନେତାଙ୍କ ଉପସ୍ଥିତିରେ ଦଳର କର୍ମୀମାନେ ପଦଯାତ୍ରା ଆରମ୍ଭ କରିଛନ୍ତି । ଧାମନଗର ବ୍ଲକର ଗାନ୍ଧୀ ଘାଟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଉପସ୍ଥିତିରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଜନସଂପର୍କ ପତଯାତ୍ରା ନଭେମ୍ବର ୨ ତାରିଖ ଯାଏଁ ଚାଲିବ ।

jan sampark padyatra

ଭଦ୍ରକ ବ୍ଲକର ବହୁଦରଡ଼ା ପଞ୍ଚାୟତରେ ବିଧାୟକ ଓ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ ଓ ବ୍ଲକ ବିଜେଡି ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ଉପସ୍ଥିତିରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଆଗାମୀ ମାସେ ପର୍ଯ୍ୟନ୍ତ ପଦଯାତ୍ରା ଯାରି ରହିବ । ଏହି କାର୍ଯ୍ୟକ୍ରମ ବ୍ଲକରୁ ଆରମ୍ଭ ହୋଇ ଜିଲ୍ଲାର ପ୍ରତ୍ୟକ ପଞ୍ଚାୟତ ଏବଂ ୱାର୍ଡରେ ମଧ୍ୟ ଜାରି ରହିବ ।

ସୂଚନାଥାଉ ଯେ, ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ରାଜଧାନୀର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJD Jan sampark Padyatra Started In Bhadrak
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X