ଭଦ୍ରକରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ
ଭଦ୍ରକରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ
ଭଦ୍ରକ: ଭଦ୍ରକ ଜିଲ୍ଲାରରେ ଆରମ୍ଭ ହେଲା ଜନସଂପର୍କ ପଦଯାତ୍ରା । ଆଜି ପ୍ରଥମେ ବିଭିନ୍ନ ବ୍ଲକରୁ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଜେଡି ନେତାଙ୍କ ଉପସ୍ଥିତିରେ ଦଳର କର୍ମୀମାନେ ପଦଯାତ୍ରା ଆରମ୍ଭ କରିଛନ୍ତି । ଧାମନଗର ବ୍ଲକର ଗାନ୍ଧୀ ଘାଟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଉପସ୍ଥିତିରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଜନସଂପର୍କ ପତଯାତ୍ରା ନଭେମ୍ବର ୨ ତାରିଖ ଯାଏଁ ଚାଲିବ ।

ଭଦ୍ରକ ବ୍ଲକର ବହୁଦରଡ଼ା ପଞ୍ଚାୟତରେ ବିଧାୟକ ଓ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ ଓ ବ୍ଲକ ବିଜେଡି ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ଉପସ୍ଥିତିରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଆଗାମୀ ମାସେ ପର୍ଯ୍ୟନ୍ତ ପଦଯାତ୍ରା ଯାରି ରହିବ । ଏହି କାର୍ଯ୍ୟକ୍ରମ ବ୍ଲକରୁ ଆରମ୍ଭ ହୋଇ ଜିଲ୍ଲାର ପ୍ରତ୍ୟକ ପଞ୍ଚାୟତ ଏବଂ ୱାର୍ଡରେ ମଧ୍ୟ ଜାରି ରହିବ ।
ସୂଚନାଥାଉ ଯେ, ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ରାଜଧାନୀର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।












Click it and Unblock the Notifications