ଚେତିଲା ବିଜେଡି ;ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି
ଚେତିଲା ବିଜେଡି ରଖିବ ବିଜୁ ପ୍ରତିମୂର୍ତ୍ତି । ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି କହିଲେ । ବିଜୁ ଜୟନ୍ତୀରେ ଏହାକୁ ପ୍ରସଙ୍ଗ କରିଥିଲା ବିଜେପି ।

ସୂଚନା ଯୋଗ୍ୟ, ଗତ କାଲି ଗୃହ ବାହାରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ହଙ୍ଗାମାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ରବି ନାଏକ। ରବି ତାଙ୍କ ରୋକଠୋକ ଜବାବରେ କହିଛନ୍ତି, ବିଜେଡ଼ି ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ।
ଏଥିରୁ ସ୍ପଷ୍ଟ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି। ବିଜୁଙ୍କୁ ନେଇ ବିଜେଡି ରାଜନୀତି କରୁଛି, ଆମେ ଆଗଧାଡିରେ ରଖିବୁ। ବିଜେଡି ପାଦ ତଳୁ ମାଟି ଖସିଗଲାଣି। ପରିଚୟ ସଙ୍କଟ ଦେଖାଦେଲାଣି। ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡି। ବିଜୁ ବାବୁ ଓଡିଶାର ଗର୍ବ ଓ ଗୌରବ, ବିଜେଡିର ନୁହେଁ।












Click it and Unblock the Notifications