ବିଜେଡିକୁ ଝଟକା ! ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ
ବିଜେଡିକୁ ବଡ଼ ଝଟକା ଲାଗିଛି। ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ମଙ୍ଗଳବାର ଦେବାଶିଷ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ। ଏବେ ଚର୍ଚ୍ଚା ହେଉଛି ଦେବାଶିଷଙ୍କ ଗତି କେଉଁଆଡେ ରହିବ। ତେବେ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଛନ୍ତି ଦେବାଶିଷ।













Click it and Unblock the Notifications