ଆସିଲା ବିଜେଡିର ନିର୍ବାଚନୀ ଇସ୍ତାହାର ପତ୍ର; ମାଗଣା ବିଜୁଳି ସହ,ଯୁବ ଶକ୍ତିକୁ ଗୁରୁତ୍ବ
ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ନଂ-୧ ଘୋଷଣା କରିବା ସୌଭାଗ୍ୟର କଥା। ଗତ ୨୪ ବର୍ଷରେ ବିଜେଡି ସରକାର ଓଡ଼ିଶାରେ ରୂପାନ୍ତର ଆଣିଛି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ବାରମ୍ବାର କ୍ଷତି ସହିଛି। ପଛୁଆ ରାଜ୍ୟ ଭାବେ ଓଡ଼ିଶାର ପରିଚୟ ଆଜି ଇତିହାସ ହୋଇଛି।

ଇସ୍ତାହାରରେ ଓଡ଼ିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ।
ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ । ଓଡ଼ିଶାକୁ ପୂର୍ବ ଭାରତର ଆଇଟି ରାଜଧାନୀ କରିବାକୁ ପ୍ରତିଶ୍ରୁତି। ବିଦ୍ୟୁତ ଗ୍ରାହକଙ୍କୁ ୧୦୦ ୟୁନିଟ ପର୍ଯ୍ୟନ୍ତ ଶୂନ ବିଲ, ୧୦୦ରୁ ୧୫୦ ପାଇଁ ରିହାତି। ମଧ୍ୟବିତ୍ତଙ୍କୁ BSKY, ୨୦ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ରିହାତି ମିଳିବ।
ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦କୁ ବୃଦ୍ଧି କରାଯିବ। ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ। ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ବୟମ ଉଦ୍ୟୋଗୀ ଋଣକୁ ବ୍ୟାପକ କଭରେଜ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡ଼ିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାଶନ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ।












Click it and Unblock the Notifications