ସବୁଠି ବିଜେଡି ଭୁଶୁଡ଼ିଗଲାଣି: ଅମର ଶତପଥୀ
ବରିଷ୍ଠ ରାଜନେତା ଅମର ଶତପଥୀ ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ସେ କହିଛନ୍ତି ବଡ଼ଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। କର୍ମୀ ସେତେବେଳେ ଦଳ ଛାଡ଼ନ୍ତି ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ ବା ଭରସା ପାଏ ନାହିଁ। କର୍ମୀ ଦଳ ଛାଡ଼ିବା ଏକ ଦୁର୍ଭାଗ୍ୟଜନକ କଥା। ଏଥିପାଇଁ ବିଜେଡ଼ି ହିଁ ଦାୟୀ ବୋଲି ଅମର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କେବଳ ବଡ଼ଚଣା ନୁହେଁ; ରାଜ୍ୟର ସବୁ ସ୍ଥାନରେ ବିଜେଡ଼ି ଭୁଶୁଡ଼ି ପଡ଼ିଲାଣି। ବଡ଼ଚଣାରେ ଆମେ ଦଳକୁ ସଙ୍ଗଠିତ କରି ରଖିଥିଲୁ ବୋଲି ସେ ଜୋର୍ ଦେଇ କହିଛନ୍ତି।












Click it and Unblock the Notifications