ବିଜେଡି କାର୍ଯ୍ୟକାରିଣୀ ବୈଠକ: ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ, ୮ଟି ସଂଶୋଧନ ଉପରେ ପ୍ରସ୍ତାବ

ରବିବାର ବସିଛି ବିଜେଡିର କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେଇଛନ୍ତି ।

ଭୁବନେଶ୍ୱର: ରବିବାର ବସିଛି ବିଜେଡିର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି ।

BJD executive meeting

ବୈଠକରେ ରାଜନୈତିକ ପ୍ରସ୍ତାବରେ କେନ୍ଦ୍ରକୁ ଟାର୍ଗେଟ କରିଛି ଦଳ । ଦଳ କହିଛି କେନ୍ଦ୍ରର ଅବହେଳା ପାଇଁ ରାଜ୍ୟର ବିକାଶ ଅଟକି ପଡିଛି । ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ ବୋଲି ବିଜେଡିର ବରିଷ୍ଠ ନେତା କରିଛନ୍ତି । ସେହିପରି କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା ।

ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଓ ଆୟ ଦ୍ୱିଗୁଣିତ କରିବାକୁ ଦଳ ସବୁ ବେଳେ ପ୍ରୟାସ କରି ଆସିଛି ବୋଲି ଦଳୀୟ ନେତା ଯକ୍ତି ବାଢିଛନ୍ତି । ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଲଢେଇ ଜାରି ରହିବ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଓଡ଼ିଶା ହକଦାର ।

ମହିଳା ଶସକ୍ତିକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଧାନସଭା ଓ ସଂସଦରେ ମଧ୍ୟ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦିଆଯାଉ ବୋଲି ଦାବି ରହିଛି । ଓଡ଼ିଶାର ସଂସ୍କୃତି ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ଦେଇଛନ୍ତି ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+