ପୌର ନିର୍ବାଚନ: ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି, 3 ମହାନଗର ନିମଗ ପାଇଁ ଏମାନେ ହେଲେ ପ୍ରାର୍ଥୀ
ଆସନ୍ତା ପୌର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ୱରର ମେୟର ପ୍ରାର୍ଥୀ ।
ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ନିକଟ ଅତୀତରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିବା ପରେ ଏବେ ପୌର ନିର୍ବାଚନରେ ମଧ୍ୟ କିଛି କମାଲ କରିବା ପ୍ରସ୍ତୁତ ହେଉଛି ଶାସକ ଦଳ । ତେବେ କଂଗ୍ରେସ ପରେ ଏବେ ବିଜେପିକୁ ଚକମା ଦେଇ ପ୍ରଥମେ ପ୍ରାର୍ଥୀ ଘୋଷଣ କରିଛି ଶାସକ ବିଜେଡି ।

ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ୱରର ମେୟର ପ୍ରାର୍ଥୀ । ଏ ନେଇ ସେ କହିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଉଛି । ସେ ମୋ ଭଳି ଜଣେ ସାଧାରଣ ମହିଳା ଉପରେ ଆଶା, ବିଶ୍ୱାସ ପ୍ରକଟ କରିଛନ୍ତି । ସେହିପରି ବ୍ରହ୍ମପୁର ପାଇଁ ବିଜେଡି ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ କଟକ ପାଇଁ ସୁବାସ ସିଂଙ୍କୁ ବିଜେଡି ମେୟର ପ୍ରାର୍ଥୀ କରିଛି ।












Click it and Unblock the Notifications