ଦୁଇ ବିଧାୟକଙ୍କ ଟିକେଟ କାଟିଲା ବିଜେଡି, ଜାଣନ୍ତୁ କିଏ ନେଲା ତାଙ୍କ ସ୍ଥାନ ?

ଏଥର ବି ଦୁଇ ବିଧାୟକଙ୍କୁ ନିରାଶ କରିଛି ଦଳ । ବିଜେଡି ପକ୍ଷରୁ ଆଜି ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଟିକେଟ କଟିଥିବା ବେଳେ ଭୋଗରାଇ ବିଧାୟକ ଅନନ୍ତ ଦାସ ମଧ୍ୟ ନିରାଶ ହୋଇଛନ୍ତି। ତେବେ ନିଜ ପୁଅଙ୍କ ପାଇଁ ଟିକେଟ ଲବି କରି ଆସୁଥିଲେ ହେଁ ଅନନ୍ତଙ୍କୁ ଟିକେଟ ଦେଇନାହିଁ ବିଜେଡି।

bjd

ପ୍ରକାଶ ଯେ, ଶନିବାର ବିଜେଡି ତା'ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆଉ ୩ ଆସନ ବାକିଅଛି। ଏହି ଆସନଗୁଡ଼ିକ ହେଲା ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ। ଏହି ଆସନରେ ବିଜେଡି ବର୍ତ୍ତମାନ ସୁଦ୍ଧା କାହାକୁ ପ୍ରାର୍ଥୀ କରିନାହିଁ।

ସେହିପରି ଭାବରେ ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ମୋଟ ୧୪୪ ସିଟ୍‌ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+