Get Updates
Get notified of breaking news, exclusive insights, and must-see stories!

ଘରୋଇ ଟିଭି ଚ୍ୟାନେଲ ପ୍ରସଙ୍ଗରେ ବିଜେପି ନେତାଙ୍କୁ ବିଜେଡିର କାଉଣ୍ଟର

ଏହାରି ଭିତରେ ଆଜି କେନ୍ଦ୍ରୀୟ ବିଜେପି ନେତା ରାମ ମାଧବଙ୍କ ବୟାନକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ।

ଭୁବନେଶ୍ବର: ରାଜ୍ୟରେ ଏବେ ଉଠୁଛି ପଡୁଛି ଘରୋଇ ଟିଭି ଚ୍ୟାନେଲ ବିବାଦ । ସମ୍ପୃକ୍ତ ଟିଭି ଚ୍ୟାନେଲର ମାଲିକାନା ଓ ବିଜେଡି ମଧ୍ୟରେ ଥିବା ଫାଟକୁ ନେଇ ଏହି ହାଇଡ୍ରାମା ଚାଲିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏନେଇ ରାଜନୈତିକ ବୟାନ ବାଜି ମଧ୍ୟ ଜୋରଦାର ହେଉଛି । ଏହାରି ଭିତରେ ଆଜି କେନ୍ଦ୍ରୀୟ ବିଜେପି ନେତା ରାମ ମାଧବଙ୍କ ବୟାନକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ।

ଓଟିଭି

ତେବେ ସଂପୃକ୍ତ ଘରୋଇ ଟିଭି ଚ୍ୟାଲେନର କିଛି ଦସ୍ତାବିଜକୁ ନେଇ ଏକ ଟ୍ବିଟ କରିଛନ୍ତି ରାମ ମାଧବ । ଟ୍ବିଟରେ ସେ ଲେଖିଛନ୍ତି, " ମହାରାଷ୍ଟ୍ରରେ ରିପବ୍ଲିକ ଟିଭି ସହ ଯାହା ଘଟୁଛି, ଓଡିଶାରେ ଓଟିଭି ପ୍ରତି ସେହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡିଶା ସରକାର। ଟିଭି ଟ୍ୟାନେଲର ମୁଖ୍ୟ ଜଗିମଙ୍ଗତ, ବୈଜୟନ୍ତ ପଣ୍ଡା ଓ ଚ୍ୟାନେଲର ସମସ୍ତ କର୍ମଚାରୀଙ୍କୁ ପୋଲିସ ହଇରାଣ କରୁଛି । ତେବେ ଏହା କେବଳ ରାଜନୈତିକ ଆକ୍ରୋଶ ପାଇଁ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ଏଭଳି ହେବାକୁ ଦେବା କଥା ନୁହେଁ ।"

ରାମ ମାଧବଙ୍କ ଏହି ଭଳି ବୟାନ ପରେ ବିଜେଡିର ଦୁଇ ରାଜ୍ୟସଭା ଏମପି ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ତାଙ୍କୁ ଟାର୍ଗେଟ କରିଛନ୍ତି । ତେବେ କାହିଁକି ଦଳିତଙ୍କ ଜମି ହଡ଼ପ କଲେ ଜଗିମଙ୍ଗତ ଓ ବୈଜୟନ୍ତ ବୋଲି ଅମର ପ୍ରଶ୍ନବାଣ ମାରିଛନ୍ତି । କେବଳ ମୁଁ ନୁହେଁ, ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି କଥା କହିଛନ୍ତି । ଜମି ହରାଇଥିବା ୨୨ ଦଳିତଙ୍କ ଦୁର୍ଦଶା ଦେଖିବାକୁ ଆପଣ ଆସନ୍ତୁ ବୋଲି ଅମର ରାମ ମାଧବଙ୍କୁ କଟାକ୍ଷ କରି କହିଛନ୍ତି ।

ସେହପରି ରାମ ମାଧବଙ୍କୁ ପାଲଟା ପ୍ରଶ୍ନ କରି ସାଂସଦ ସସ୍ମିତ ପାତ୍ର । ବୈଜୟନ୍ତ ପଣ୍ଡାଙ୍କ କମ୍ପାନି କୋଟି କୋଟି ଟଙ୍କା ଆୟ କରୁଛନ୍ତି । ସରକାରଙ୍କ ସହଯୋଗରେ ହଜାର ହଜାର କୋଟି ଆୟ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ଆକ୍ରୋଶ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ହାଇକୋର୍ଟରେ ମାମଲା ଅଛି, ବିନା ହସ୍ତକ୍ଷେପରେ ନ୍ୟାୟ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+