ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ବିଜେଡି କର୍ପୋରେଟଙ୍କ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର ବିଜେଡିରେ ଆରମ୍ଭ ହୋଇଥିବା ରାଜନୀତିକ ଡ୍ରାମା ଦଳୀୟ ସଂଗଠନକୁ ଭାରି ପଡ଼ିଛି। ଆଭ୍ୟନ୍ତରୀଣ କନ୍ଦଳ ନ ଥମିବାରୁ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ। ବିଜେଡି କର୍ପୋରେଟରଙ୍କ କଳି ଦିନକୁ ଦିନ ବିସ୍ଫୋରକ ରୂପ ଧାରଣ କରୁଥିବାରୁ ଦଳୀୟ ସଂଗଠନ ତରଫରୁ ହୁଇପ୍‌ ଜାରି ହୋଇଛି। ଦଳୀୟ ଅନୁମତି ନନେଇ କେହି ଗଣମାଧ୍ୟମରେ କୌଣସି ପ୍ରକାର ବକ୍ତବ୍ୟ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

bjd

ଭୁବନେଶ୍ୱର ବିଜେଡିରେ ବୃଦ୍ଧି ପାଉଥିବା ଅନ୍ତଃକନ୍ଦଳରେ ବ୍ରେକ୍‌ ଲଗାଇବାକୁ ବିଜେଡି କର୍ପୋରେଟରଙ୍କୁ ନାଲି ଆଖି ଦେଖାଇଛନ୍ତି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ। ଦଳୀୟ ନିର୍ଦ୍ଦେଶ ବିନା କେହି ମୁହଁ ନ ଖୋଲିବାକୁ ସେ ତାଗିଦ କରିଛନ୍ତି।

ଦଳର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଗତ ଦୁଇଦିନ ଧରି ଗଣମାଧ୍ୟମ ଆଗରେ ଦଳୀୟ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ବୟାନବାଜି କରୁଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର। ଦଳର ୨୨ କର୍ପୋରେଟର କାହା ନିର୍ଦ୍ଦେଶରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରିଥିଲେ? ଏଥିପାଇଁ ସେମାନେ ଦଳର ସଭାପତି କି ଜିଲ୍ଲା ସଭାପତିଙ୍କ ଅନୁମତି ନେଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ ପାଇଁ ଦଳର ନିର୍ଦ୍ଦେଶ ନ ଥିବା ବେଳେ ସେମାନେ ଏପରି କରିଛନ୍ତି। ଜଣେ ହାରିଥିବା ଓ ଜଣେ ଜିତି ଥିବା ବିଧାୟକ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରଞ୍ଚି ମହାସୂପକାର।

ତେବେ ଭୁବନେଶ୍ୱର BJD କର୍ପୋରେଟରଙ୍କ ବୟାନବାଜି ମଧ୍ୟରେ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି, BJD କର୍ପୋରେଟର ସବୁ ଏକଜୁଟ ଅଛନ୍ତି। ଆମେ କାମ କରୁଛୁ। ଯେଉଁମାନେ କହୁଛନ୍ତି ଦଳରେ ବିଭୀଷଣ ଅଛନ୍ତି, ସେକଥା ସେମାନେ କହିପାରିବେ। ୫୭ BJD କର୍ପୋରେଟର ଏକଜୁଟ୍ ହୋଇ ଅଛୁ। ହାରଜିତ ସବୁବେଳେ ଅଛି। କିଏ ପ୍ରେସମିଟ କରିଛି ମୁଁ ଜାଣିନି। କାହାର ବ୍ୟକ୍ତିଗତ ରାଗରୁଷା ଅଛି କହି ପାରିବିନି ବୋଲି କହିଛନ୍ତି।

ଅପରପକ୍ଷେ, ପାଣି ମୁଣ୍ଡ ଉପରେ ଗତି କରିବାରୁ ଆକ୍ସନ ମୁଡକୁ ଆସିଛନ୍ତି ବିଧାୟକ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ। ବିନା ଦଳୀୟ ନିର୍ଦ୍ଦେଶରେ ଗଣମାଧ୍ୟମ ଆଗରେ କେହି ମୁହଁ ନଖୋଲିବାକୁ ତାଗିଦ କରାଯାଇଛି। ଦଳର ନିର୍ଦ୍ଦେଶ ବିନା ମିଡିଆରେ କିଛି ନ କହିବାକୁ କର୍ପୋରେଟରମାନଙ୍କୁ କୁହାଯାଇଛି। କେବଳ କର୍ପୋରେଟର ନୁହଁନ୍ତି ଦଳର ଅଫିସ ବିୟରରମାନେ ମଧ୍ୟ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ଦେବା ଉପରେ କଟକଣା ଲଗାଯାଇଛି।

ଗତ ମଙ୍ଗଳବାର ଅମରେଶ ଖୋଲାଖୋଲି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ବିରୁଦ୍ଧରେ ବୟାନବାଜି କରିବା ସହ ବିଜେଡିରେ ବିଭାଜନ କରିବା ଭଳି ମନ୍ତବ୍ୟ ଦେଇଥିଲେ। ଗତକାଲି ବବି ଦାସ ତାଙ୍କୁ ନିଜର ଖାସ୍ ଅନୁଗତ ପ୍ରତାପ କେଶରୀ ଦେବଙ୍କ ବାସଭବନକୁ ଡକାଇଥିଲେ। ମାତ୍ର ବୈଠକରୁ ବାହାରି ଅମରେଶ ପୁଣି ଥରେ ଅଶୋକ ଓ ଅନନ୍ତଙ୍କୁ ଟାର୍ଗେଟ୍ କରିବା ସହ ଅପରିପକ୍ୱ ମନ୍ତବ୍ୟ ଦେଇ ଦଳରେ ବିଭୀଷଣ ପ୍ରସଙ୍ଗ କଥା ଉଠାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+