ଚିଲିକା ବିଧାୟକଙ୍କ ଗାଡି ଚଢାଇବା ଘଟଣାକୁ ନିନ୍ଦା କଲା ବିଜେଡି, କହିଲା, ଠିକ୍ ସମୟରେ ନିଆଯିବ ଉଚିତ୍ କାର୍ଯ୍ୟାନୁଷ୍ଠାନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାକୁ ବିଜେଡି ଦୃଢ଼ ଭାଷାରେ ନିନ୍ଦା କରିଛି । ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ।

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାକୁ ବିଜେଡି ଦୃଢ଼ ଭାଷାରେ ନିନ୍ଦା କରିଛି । ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଭଳି ବିଭତ୍ସ ଘଟଣା ଘଟାଇ ପ୍ରଶାନ୍ତ ଜଗଦ୍ଦେବ କରିଥିବା କାର୍ଯ୍ୟ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି ।

BJD

ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସମ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପ୍ରଶାନ୍ତ ଜଗଦ୍ଦେବ ଯାହା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଲୋମହର୍ଷଣକାରୀ ଘଟଣା । ବିଜେଡି ଏହାକୁ ତୀବ୍ର ନିନ୍ଦା କରୁଛି । ଆଶା କରୁଛୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଥାଉ କି, ଆଜି ସକାଳ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୋଲିସର ସୂଚନା ଅନୁସାରେ, ୧୫ ବିଜେପି କର୍ମୀ ଓ ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଗତ ଦିନରେ ପ୍ରଶାନ୍ତ ଜଗଦ୍ଦେବ ଏଭଳି କାର୍ଯ୍ୟ ପାଇଁ ବିଜେଡି ନିଲମ୍ବିତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+