ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ
International day of World’s Indigenous Peoples :Bjd celebrate International day of World’s Indigenous Peoplesବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ
ଭୁବନେଶ୍ୱର:ଆଜି ବିଶ୍ୱ ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୯ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଏ । ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଆଜି ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ । ସରକାରୀସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଧୁମଧାମରେ ପାଳନ କରାଯାଉଛି । ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ସବୁବେଳେ ବିଶେଷ ଦୃଷ୍ଟି ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାଠୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରାଯାଇଛି । ସେହିପରି ଅପହଞ୍ଚ ଆଦିବାସୀ ଅଞ୍ଚଳକୁ ବିଦ୍ୟୁତ୍ ସେବା ଯୋଗାଇଦେବାଠୁ ଆରମ୍ଭ କରି ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ତେବେ ମହାମାରୀ କୋଭିଡ ପାଇଁ ଗତ ଦୁଇ ବର୍ଷ ହେବ ଏହି ଦିବସକୁ ପାଳନ କରାଯାଇନଥିଲା । ହେଲେ ଚଳିତବର୍ଷ ସରକାରୀସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଏହାକୁ ଧୁମଧାମରେ ପାଳନ କରାଯାଉଛି ।












Click it and Unblock the Notifications