ବିକାଶ ବିରୋଧୀ, ରାଜ୍ୟ ସରକାରଙ୍କ ନୂଆ ନୂଆ ଯୋଜନା ସହି ପାରୁନାହାନ୍ତି ବିଜେଡି; ମନ୍ତ୍ରୀ ରବିନାରାୟଣ ନାୟକ
ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି। ପୂର୍ବ ସରକାର ଗଣତନ୍ତ୍ରକୁ ନଷ୍ଟ କରିଥିଲେ। ସେହି ସମୟରେ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧୁଥିଲେ, ଚୌକି ପକାଉଥିଲେ। ଏଭଳି ମନ୍ତବ୍ୟ ଦେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଚାୟତରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ। ବିଜେଡିର ସଚିବାଳୟ ଘେରାଉ ପ୍ରସଙ୍ଗରେ ଏଭଳି କଡ଼ା ଟିପ୍ପଣୀ ଦେଇ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି, ବିଜେଡି କ'ଣ କରିଛି, ତାହା ଓଡ଼ିଶାବାସୀ ଜାଣିଛନ୍ତି। କେବଳ ଲୋକଙ୍କୁ ଠକୁଥିଲେ।

ପୂର୍ବ ସରକାର ଗଣତନ୍ତ୍ରକୁ ନଷ୍ଟ କରିଥିଲେ। ସେହି ସମୟରେ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧୁଥିଲେ, ଚୌକି ପକାଉଥିଲେ। ଏଭଳି ମନ୍ତବ୍ୟ ଦେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଚାୟତରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ। ବିଜେଡିର ସଚିବାଳୟ ଘେରାଉ ପ୍ରସଙ୍ଗରେ ଏଭଳି କଡ଼ା ଟିପ୍ପଣୀ ଦେଇ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି, ବିଜେଡି କ'ଣ କରିଛି, ତାହା ଓଡ଼ିଶାବାସୀ ଜାଣିଛନ୍ତି। କେବଳ ଲୋକଙ୍କୁ ଠକିଠକି ଦିନଗଲା।
ସେ ଆହୁରି କହିଛନ୍ତି, ୨ ମାସ ଭିତରେ ସରିବ ଆବାସ ସର୍ଭେ କାମ। ଏଥିରୁ ବଞ୍ଚିତ ଲୋକଙ୍କୁ ଆବାସ ଯୋଗାଇଦେବା ଲାଗି ସରକାର ଯୋଜନା କରିଛନ୍ତି। ଏଥିରୁ କେହି ବାଦ୍ ପଡ଼ିବେନି। ଏଥିଲାଗି ଗ୍ରାମସଭା ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଆବାସ ସର୍ଭେ କାମ ଆରମ୍ଭ ହୋଇଛି।












Click it and Unblock the Notifications