ଭବିଷ୍ୟତରେ ନବୀନଙ୍କୁ ଛାଡି ବିଜେଡ଼ି ରହିପାରିବ ନାହିଁ, ଭୂପିନ୍ଦର ସିଂଙ୍କ ବଡ଼ ବୟାନ
ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ଏକ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ବିଜେଡି ଭାଗ ଭାଗ ହୋଇଯିବ । ଭୂପିନ୍ଦରଙ୍କ ଅନୁସାରେ, ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ ।

ଶେଷରେ ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ନିଜେ ସିଧାସଳଖ ଦଳର ପରିଚାଳନା ଭାର ହାତକୁ ନେବା ଉଚିତ । ଯଦି ସେ ନେତୃତ୍ୱ ନନିଅନ୍ତି, ତେବେ ଦଳ ରହିବ ନାହିଁ । ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ଏହି ମନ୍ତବ୍ୟ ଦଳୀୟ କନ୍ଦଳକୁ ପଦାରେ ପକାଇବା ସହ ଆଗାମୀ ଦିନରେ ବିଜେଡିର ରଣନୀତି କଣ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।












Click it and Unblock the Notifications