ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ୪ ବିଜେଡି ପ୍ରାର୍ଥୀ
ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନାମଙ୍କନ ଭରିଲେ ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଭରିଛନ୍ତି ନାମାଙ୍କନ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଭୁବନେଶ୍ୱର: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନାମଙ୍କନ ଭରିଲେ ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଭରିଛନ୍ତି ନାମାଙ୍କନ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ୪ ଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ। ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ମୁଖପାତ୍ର ସୁଲତା ଦେଓ ଏବଂ ଆଦିବାସୀ ନେତା ନିରଞ୍ଜନ ବିଶି ପ୍ରାର୍ଥୀ ହୋଇଛନ୍ତି।
ଆସନ୍ତା ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ । ସେହିପରି ଜୁନ୍ ୧୩ ତାରିଖରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଥିପାଇଁ ଜୁନ୍ ୨ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି ।

ପୂର୍ଣ୍ଣକାଳୀନ କାର୍ଯ୍ୟକାଳ ଥିବା ତିନି ଆସନ ପାଇଁ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି । ସେହିପରି ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିବା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ନିରଞ୍ଜନ ବିଶି ।
ନାମାଙ୍କନ ଦାଖଲ ବେଳେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଜେଡିର ଅନେକ ବିଧାୟକ ଓ ନେତା ଉପସ୍ଥିତ ଥିଲେ। ତେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଥିବାରୁ ଉପସ୍ଥିତ ନ ଥିଲେ। ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦଳର ସୁପ୍ରିମୋ ଅନୁପସ୍ଥିତ ଥିଲେ। ତାଙ୍କ ପରିବର୍ତ୍ତେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।












Click it and Unblock the Notifications