ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଅନିୟମିତତାକୁ ନେଇ କେନ୍ଦ୍ରକୁ ଦାୟୀ କଲା ବିଜେଡି
ପୁଣି କେନ୍ଦ୍ର ଉପରେ ଦୋଷ ଲଦିଲା ବିଜେଡି । ଓଡିଶାକୁ କେନ୍ଦ୍ରିୟ ଅବହେଳା ଦାବି କରି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ।
ଭୁବନେଶ୍ୱର: ପୁଣି କେନ୍ଦ୍ର ଉପରେ ଦୋଷ ଲଦିଲା ବିଜେଡି । ଓଡିଶାକୁ କେନ୍ଦ୍ରିୟ ଅବହେଳା ଦାବି କରି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡ଼ିଶାକୁ ପୁଣି ଠକି ଦେଇଛନ୍ତି ମୋଦି ସରକାର । ପ୍ରେସମିଟ କରି ବିଜେଡି ଆଜି ଏମିତି ଅଭିଯୋଗ ଆଣିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ପୁଣି ଦେଖିବାକୁ ମିଳିଛି ବୈମାତୃକ ମନୋଭାବ । ୧୪ ଲକ୍ଷ ହିତାଧିକାରୀଙ୍କ ହକ୍ ସହ ଖେଳୁଛନ୍ତି କେନ୍ଦ୍ର ସରକାର । ଫନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ଆଜି ପର୍ଯ୍ୟନ୍ତ ଫନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳିନି ବୋଲି ବିଜେଡି ଅଭିଯୋଗ ବାଢିଛି ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଥିଲେ ବି ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେଇନାହିଁ । ବିଜେପି ଶାସିତ ରାଜ୍ୟ ମାନଙ୍କ ହିତାଧିକାରୀଙ୍କୁ ଆୱାସ ଯୋଜନାରେ ସାମିଲ୍ କରିସାରିଛି କେନ୍ଦ୍ର । ହେଲେ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛି ବିଜେଡି ।












Click it and Unblock the Notifications