ବଢୁଛି ମେଣ୍ଟ ଚର୍ଚ୍ଚା; ଛିଡୁନି ଆସନ, ଭୁବନେଶ୍ୱର ଓ ପୁରୀ ଲୋକସଭାକୁ ନେଇ ବଡ ଚର୍ଚ୍ଚା !

Lok Sabha Elections 2024: ବଢୁଛି ମେଣ୍ଟ ଚର୍ଚ୍ଚା । ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । କାହାକୁ କେତେ ମିଳିବ ସିଟ । ଛିଡୁନି ଭାଗ । ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି ।

ସୂଚନା ଅନୁସାରେ ମେଣ୍ଟ ହୋଇଥିବା ଚୂଡାନ୍ତ ହୋଇଛି, ତେବେ କେବଳ ଆସନ ଭାଗବଣ୍ଟା ନେଇ ସମସ୍ୟା ରହିଛି । ଆଜି କିମ୍ବା କାଲି ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ଅନେକ ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ମେଣ୍ଟ ନେଇ କହି ନଥିବା କହିଛନ୍ତି ।

ତେବେ ବିଜେପି ନେତୃତ୍ୱ ସହିତ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଏମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଆଜିର ବୈଠକରେ ମେଂଟ ସମ୍ପର୍କରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।

Lok Sabha Elections 2024 bjd and bjp alliance

ସେପଟେ ଭୁବନେଶ୍ୱର ଓ ପୁରୀ ଆସନ କାହାର ହେବ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେଡି ଭୁବନେଶ୍ୱର ଓ ପୁରୀ ଆସନ ପାଇଁ ଦାବି କରୁଥିବା ସଧାରଣରେ ଚର୍ଚ୍ଚା ହେଉଛି ।

୨୦୨୪ ନିର୍ବାଚନ ଯେଉଁଭଳି ଭାବେ ଉଭୟ ମୋଦି ଏବଂ ନବୀନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ସେଥିନେଇ କୌଣସି ଦଳ ଅତିଶୀଘ୍ର ନିଜର ତାସପାଲି ଜନତାଙ୍କ ସମ୍ମୁଖରେ ରଖିବାକୁ ଚାହାନ୍ତି ନାହିଁ। ଓଡ଼ିଶାର ଭୋଟର ଏବେ ସମ୍ପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଅଧିକ ଭୋଟରଙ୍କ ମୁହଁରୁ ମେଣ୍ଟ ବିରୋଧୀ ମନ୍ତବ୍ୟ ଶୁଣିବାକୁ ମିଳୁଛି। ଅନ୍ୟପଟେ ବିରୋଧୀ କଂଗ୍ରେସ ତା'ର ପ୍ରଚାର ଆରମ୍ଭ କରି ପୋଷ୍ଟରରେ 'କଂଗ୍ରେସ ଆସୁଛି' ବୋଲି ଲେଖିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଦାୟିତ୍ୱରେ ଥିବା ନେତାମାନେ ଯୋଜନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+