For Quick Alerts
Turn On Notification  
For Daily Alerts
Oneindia App Download

ଭିଡ ଏଡ଼ାଇବା ପାଇଁ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଯାତ୍ରୀଙ୍କୁ ପରାମର୍ଶ

ଆସନ୍ତାକାଲି (ମଙ୍ଗଳବାର) ଦିଲ୍ଲୀ ଗସ୍ତରୁ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ତାଙ୍କୁ କରାଯିବ ଭବ୍ୟ ସ୍ବାଗତ । କାରଣ ଏଥର ନବୀନଙ୍କ ଦିଲ୍ଲୀ ଗସ୍ତ ରହିଥିଲା ଟିକ

|

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ଦିଲ୍ଲୀ ଗସ୍ତରୁ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ତାଙ୍କୁ କରାଯିବ ଭବ୍ୟ ସ୍ବାଗତ । କାରଣ ଏଥର ନବୀନଙ୍କ ଦିଲ୍ଲୀ ଗସ୍ତ ରହିଥିଲା ଟିକେ ଅଲଗା ।

CM Naveen Patnaik

ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜନସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଆସନ୍ତାକାଲି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯିବ। କାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଜମିବାକୁ ଥିବାରୁ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ।

ଭୁବନେଶ୍ବର ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ନିର୍ଦ୍ଦେଶ ଆସିଛି । ନଚେତ ଭିଡ ପାଇଁ ସାମ୍ନା କରିପାରନ୍ତି ସମସ୍ୟା । କାରଣ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସାମ୍ଭାବନା ରହିଛି। ବ୍ୟାପକ ଭିଡ଼ ନିୟନ୍ତ୍ରୟଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହେବ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ ୩୦ ପ୍ଲାଟୁନ ଫୋର୍ସ । ଟ୍ରାଫିକ ପରିଚାଳନା ଗୁରୁତ୍ବରେ ୧୬ ଏସିପି, ୮ ଏଡିସିପି, ୨୯ ଇନସ୍ପେକ୍ଟର ଓ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି । ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJD Arrange Grand Welcome for CM Naveen Patnaik Tomorrow at BBSR Airport
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X