Get Updates
Get notified of breaking news, exclusive insights, and must-see stories!

ଭିଡ ଏଡ଼ାଇବା ପାଇଁ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଯାତ୍ରୀଙ୍କୁ ପରାମର୍ଶ

ଆସନ୍ତାକାଲି (ମଙ୍ଗଳବାର) ଦିଲ୍ଲୀ ଗସ୍ତରୁ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ତାଙ୍କୁ କରାଯିବ ଭବ୍ୟ ସ୍ବାଗତ । କାରଣ ଏଥର ନବୀନଙ୍କ ଦିଲ୍ଲୀ ଗସ୍ତ ରହିଥିଲା ଟିକ

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ଦିଲ୍ଲୀ ଗସ୍ତରୁ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ତାଙ୍କୁ କରାଯିବ ଭବ୍ୟ ସ୍ବାଗତ । କାରଣ ଏଥର ନବୀନଙ୍କ ଦିଲ୍ଲୀ ଗସ୍ତ ରହିଥିଲା ଟିକେ ଅଲଗା ।

CM Naveen Patnaik

ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜନସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଆସନ୍ତାକାଲି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯିବ। କାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଜମିବାକୁ ଥିବାରୁ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ।

ଭୁବନେଶ୍ବର ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ନିର୍ଦ୍ଦେଶ ଆସିଛି । ନଚେତ ଭିଡ ପାଇଁ ସାମ୍ନା କରିପାରନ୍ତି ସମସ୍ୟା । କାରଣ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସାମ୍ଭାବନା ରହିଛି। ବ୍ୟାପକ ଭିଡ଼ ନିୟନ୍ତ୍ରୟଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହେବ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ ୩୦ ପ୍ଲାଟୁନ ଫୋର୍ସ । ଟ୍ରାଫିକ ପରିଚାଳନା ଗୁରୁତ୍ବରେ ୧୬ ଏସିପି, ୮ ଏଡିସିପି, ୨୯ ଇନସ୍ପେକ୍ଟର ଓ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି । ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+