ସମୀର-ଅରୁନ୍ଧତୀଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ସମୀର ରଞ୍ଜନ ଦାଶ ଓ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ବିଜୁ ଜନତା ଦଳ ଦେଇଛି ନୂଆ ଦାୟିତ୍ୱ । ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ଦିଆଯାଇଥିବା ବେଳେ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ଅରୁନ୍ଧତୀ ଦେବୀ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।

bjd

ଏହାପରେ ଦଳ ତାଙ୍କୁ ଦେବଗଡ଼ରୁ ଟିକେଟ ଦେଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଦଳ ତାଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ୍ ଦେଇଥିଲା ଓ ଏହାପରେ ଅରୁନ୍ଧତୀ ଦେବୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ସମୀର ଦାଶ ମଧ୍ୟ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ବାରମ୍ବାର କର୍ମୀ ଓ ସମର୍ଥକଙ୍କୁ ନେଇ ସମୀର ତାଙ୍କ ବଳ ପ୍ରଦର୍ଶନ କରିଥିଲେ । ସୀମାର ଦଳ ଛାଡ଼ିପାରନ୍ତି ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା, ହେଲେ ଦଳ ଏବେ ଏହି ଦୁଇ ନେତାଙ୍କୁ ନୂଆ ଦିୟତ୍ୱ ଦେଇ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+