୧୧ ଜଣିଆ ଟିମ୍ ଘୋଷଣା କଲା ବିଜେଡି
ବିଜେଡି ପକ୍ଷରୁ ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରାଯାଇଛି। ଏଥିରେ ଜଣେ ଉପସଭାପତି, ୨ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକ ଏବଂ ୩ ଜଣ ସମ୍ପାଦକଙ୍କୁ ମିଶାଇ ମୋଟ୍ ୧୧ ଜଣ ନେତାଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ ନେତା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଉପସଭାପତି, ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଗଣେଶ୍ୱର ବେହେରାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ,

ଲମ୍ବୋଦର ନିଆଲ, ଅଳକା ମହାନ୍ତି, ଇରାନୀ ରାଏ, ସୁଧୀର ଦାସ ଏବଂ ମନୋଜ ମିଶ୍ରଙ୍କୁ ସାଧାରଣ ସମ୍ପାଦକ, ରାଜେଶ ନିଗମ, ସନ୍ତୋଷ ପଟ୍ଟନାୟକ ଏବଂ ରାଜୁ ଘିବାଲାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏହି ଟିମ୍ ବୁଧବାର ଦଳ ପକ୍ଷରୁ ପ୍ରକାଶ ପାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।












Click it and Unblock the Notifications