ଦ୍ଵିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ବର: ପୁଣି ଦ୍ଵିତୀୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ପ୍ରଥମେ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ପୁରୀ- ଅରୁପ ପଟ୍ଟନାୟକ
ଯାଜପୁର- ଶର୍ମିଷ୍ଠା ସେଠୀ
ଢ଼େଙ୍କାନାଳ- ଅବିନାଶ ସାମଲ
ଜଗସିଂହପୁର - ରାଜେଶ୍ବରୀ ମଲ୍ଲିକ
କନ୍ଧମାଳ- ଅଚ୍ୟୁତ ସାମନ୍ତ
କଟକ - ସଂତୃପ୍ତ ମିଶ୍ର
ସେହିପରି ଏହା ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା ଓ ଆସିକାରୁ ରଞ୍ଜିତା ସାହୁଙ୍କ ନାଁ ଘୋଷଣା କରାଯାଇଥିଲା।












Click it and Unblock the Notifications