ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର: ବିଜେଡି ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ବଳକା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରକାଶ ପାଇଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ଜଣ ବିଧାନସଭା ପ୍ରାର୍ଥୀ ଓ ବାଲେଶ୍ବର ଲୋକସଭା ପ୍ରାର୍ଥୀ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି ରାଉତ, ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ- ରୋହିତ ପୂଜାରୀ, ତେଲକୋଇ- ମାଧବ ସର୍ଦ୍ଦାର, ତାଳଚେର- ବ୍ରଜ ପ୍ରଧାନ, ନର୍ଲା- ମନୋରମା ମହାନ୍ତି, ବାଲିଗୁଡ଼ା- ଚକ୍ରମଣି କହଁରକୁ ଦଳ ଟିକେଟ୍ ଦେଇଛି।
ଅନ୍ୟପଟେ ବାଲେଶ୍ୱର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।












Click it and Unblock the Notifications