୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି
Odisha News: ୨୦୨୪ ସାଧାରଣ ନିର୍ବାଚନରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଲା ବିଜେଡି । ସୋମବାର ଦିନ ବିଜେଡି ସଂସଦୀୟ ଦଳ ନିର୍ବାଚନ କମିଶନରଙ୍କୁ ଭେଟି ଏପରି ଅଭିଯୋଗ କରିଥିବା ନେଇ ସୂଚନା ରହିଛି । ଦଳ ପକ୍ଷରୁ ଦାବି କରାଯାଇଛି ଲୋକସଭା ଓ ବିଧାନସଭାରେ ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି ଉଠାଇ ECI ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି। ତେବେ ନିର୍ବାଚନର ୬ ମାସ ପରେ ଏପରି ଅଭିଯୋଗ ଆଣିଛି ଦଳ । ଅନ୍ୟପକ୍ଷରେ ବିଜେଡିରେ ଏପରି ଅଭିଯୋଗକୁ କଟାକ୍ଷ କରିଛି ବିଜେପି ।

ସୂଚନା ଅନୁସାରେ, ବିଜେଡି ଅଭିଯୋଗ ଆଣିଛି ୨୦୨୪ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମତଦାନରେ ଅନିୟମିତତା ହୋଇଛି । ଇସିଆଇ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ତଥ୍ୟ ମଧ୍ୟରେ ପ୍ରାର୍ଥକ୍ୟ ରହିଛି । ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିବା ସତ୍ୱେ ତଥ୍ୟ ମିଳିପାରୁ ନାହିଁ ବୋଲି ମଧ୍ୟ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।












Click it and Unblock the Notifications