ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ତଦନ୍ତ ରିପୋର୍ଟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ
ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ତଦନ୍ତ ରିପୋର୍ଟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୁଣି ତନାଘନା । ଭୁବନେଶ୍ୱର DCPଙ୍କୁ ରିପୋର୍ଟ ମାଗିଲେ ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ । ଆଜି ସୁଦ୍ଧା ତଦନ୍ତର ଅଗ୍ରଗତି ଜଣାଇବା ପାଇଁ ଚିଠି ଲେଖି ରିପୋର୍ଟ ମାଗିଲେ ଉଚ୍ଚ ଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀ । ଯାହା ପରେ ଏହି ମାମଲାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।

ସୂଚନାଥାଉ ଯେ, ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଥିଲେ । ୩ ଜଣ ସିନିୟର ତାଙ୍କୁ ନିର୍ଯାତନା ଦେଉଥିଲେ । ତେବେ ଯେଉଁ ୩ ଜଣ ଛାତ୍ରୀଙ୍କ କଥା କହିଛନ୍ତି ସେମାନଙ୍କ ନାଁ ସେ ଚିଠିରେ ସ୍ପଷ୍ଟ କରିନଥିଲେ । ସେପଟେ କଲେଜ ହଷ୍ଟେଲରେ ରାଗିଂର ଶିକାର ହୋଇ ରୁଚିକା ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ବାରମ୍ବାର ଅଭିଯୋଗ କରିବା ସହ ନ୍ୟାୟ ଦାବି କରି ରୁଚିକାଙ୍କ ମା' ଅନଶନରେ ମଧ୍ୟ ବସିଥିଲେ ହେଲେ ଘଟଣାରେ କିଛି ଶୁଫଳ ପାଇ ପାରି ନଥିଲେ । ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇ ମୃତ ଛାତ୍ରୀଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରାଯିବା ସତ୍ୱେ କୋହଳ ପଡିଯାଇଥିଲା ତଦନ୍ତ ପ୍ରକ୍ରିୟା ।












Click it and Unblock the Notifications