ସ୍କିନ୍ ପାଇଁ ଲାଭକାରୀ ବିଟରୁଟ, ବ୍ୟବହାର କଲେ ମିଳିଥାଏ ଅଗଣିତ ଫାଇଦା
ସୁନ୍ଦର ଏବଂ ଗ୍ଲୋଇଂ ସ୍କିନ୍ ବର୍ତ୍ତମାନ ବଡ ଆବଶ୍ୟକ । ଖାସ୍ କରି ଝିଅମାନେ ଏସବୁ ପ୍ରତି ବେଶୀ ଧ୍ୟାନ ଦେଇଥାନ୍ତି । କ'ଣ ଲଗେଇବେ, କ'ଣ ପିନ୍ଧିବେ ଭଳି ଏମିତି ଅନେକ କିଛି ଭାବିଥାନ୍ତି । ଯାହା ଦ୍ବାରା ସେମାନେ ସୁନ୍ଦର ଦିଶିପାରିବେ ।
ବିଶେଷ କରି କିଛି ସ୍ପେଶାଲ ଅକେଜନ ଆସିବା ମାତ୍ରେ ସୁନ୍ଦର ଦିଶିବା ନେଇ ଅଧିକ ଚିନ୍ତାରେ ସେମାନେ ରହିଥାନ୍ତି । ବ୍ୟସ୍ତବହୁଳ ଜୀବନରେ କମ୍ ସମୟ ମଧ୍ୟରେ ସୁନ୍ଦର ଦିଶିବା ପାଇଁ ମାର୍କେଟରେ ବିକ୍ରି ହେଉଥିବା ବିଭିନ୍ନ କେମିକାଲ କ୍ରିମର ବ୍ୟବହାର କରିଥାନ୍ତି ତ ପୁଣି ପାର୍ଲର ଯାଇଥାନ୍ତି ।
କିଛି କ୍ଷଣ ପାଇଁ ସୁନ୍ଦରତା ଦେଇଥାଏ ସତ କିନ୍ତୁ ପରବର୍ତ୍ତୀ ସମୟରେ ସ୍କିନକୁ ଖରାପ କରିଦେଇଥାଏ । ତେଣୁ ଚମକଦାର ତ୍ବଚା ସହ ସ୍କିନ୍ ଭଲ ରଖିବାକୁ ଚାହୁଁଥିଲେ ଘରୋଇ କ୍ରିମର ବ୍ୟବହାର କରନ୍ତୁ । କେଉଁ ଭଳି ଭାବେ ଘରୋଇ ଉପାୟ ମାଧ୍ୟମରେ ଗ୍ଳୋଇଂ ସ୍କିନ୍ ପାଇପାରିବେ ଆସନ୍ତୁ ଆମେ ଆପଣଙ୍କୁ ଆଜି ସେ ସମ୍ପର୍କରେ ଜଣାଇବୁ ।

ଯଦି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ତେବେ ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଜିନିଷ ଆମ ସମସ୍ୟାର ସମାଧାନ ଖୁବ୍ ସହଜରେ ଦୂର କରିଦେଇପାରିବ । ବିଟ୍ରୁଟ୍ ହେଉଛି ସେହିସବୁ ମଧ୍ୟରୁ ଅନ୍ୟତମ । ଯାହା ଆପଣଙ୍କୁ ଏକ ପ୍ରାକୃତିକ ଲାଭ ପ୍ରଦାନ କରିବ । ବିଟ୍ରୁଟ୍ ଶରୀର ପାଇଁ ଯେତିକି ଲାଭକାରୀ ଗ୍ଲୋଇଂ ସ୍କିନ୍ ପାଇଁ ମଧ୍ୟ ସେତିକି ପ୍ରଭାବଶାଳୀ ହୋଇଥାଏ ।
ବିଟ୍ରୁଟରେ ଭିଟାମିନ୍ ସି, ଏ, ବି୬, ଫୋଲିକ୍ ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଆଇରନ୍ ରହିଛି, ଯାହା ତ୍ୱଚାକୁ ସୁସ୍ଥ, ହାଇଡ୍ରେଟେଡ୍ ଏବଂ ଚମକଦାର ରଖିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ତ୍ୱଚା ପାଇଁ ବିଟ୍ରୁଟ୍ର କ'ଣ ଲାଭ ଅଛି ଏବଂ ଆପଣ ଏହାକୁ କିପରି ବ୍ୟବହାର କରିପାରିବେ ।
ବିଟରୁଟରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସ୍କିନରେ ଚମକ ଆଣିବା ସହ ମୁହଁକୁ ସତେଜ ରଖିଥାଏ । ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ବ୍ରଣ ଜନିତ ସମସ୍ୟାକୁ କମାଇଥାଏ । ଏଥିରେ ଥିବା ଜଳୀୟ ଅଂଶ ସ୍କିନକୁ ହାଇଡ୍ରେଟ୍ ରଖିବା ସହିତ ଶୁଷ୍କତାଠାରୁ ମୁକ୍ତି ଦେଇଥାଏ ।
ଏତିକି ନୁହେଁ ବରଂ ମୁହଁରେ କଳା ଦାଗ ଦେଖା ଦେଉଥିଲେ ଏଥିପାଇଁ ବିଟ୍ରୁଟ୍ ବେଷ୍ଟ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ଫେସର କଲରରେ ମଧ୍ୟ ହାଲକା ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥିରେ ଥିବା ଲାଭକାରୀ ଗୁଣ ସ୍କିନକୁ ଖରାରୁ ରକ୍ଷା କରିବାରେ ସହାୟକ କରିଥାଏ । ମୁହଁରେ ପଡୁଥିବା ଭାଙ୍ଗକୁ ମଧ୍ୟ କମ୍ କରିଥାଏ । ସ୍କିନକୁ ଟାଇଟ କରି ରଖିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ଏହା ବ୍ୟତୀତ ସ୍କିନର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ତେବେ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା ।
ଏହା ପ୍ରାକୃତିକ ଉପାଦାନରୁ ତିଆରି । କିନ୍ତୁ ଏହାକୁ ମୁହଁରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ । ଯଦି କୌଣସି ପ୍ରକାରର ଆଲର୍ଜି କିମ୍ବା ମୁହଁରେ ଜ୍ୱଳନ ହେଉଛି, ତେବେ ଏହି ସବୁଠାରୁ ଦୂରରେ ରୁହନ୍ତୁ ।












Click it and Unblock the Notifications