ରାଜ୍ୟରେ ହାଡ଼ଭଙ୍ଗା ଶୀତ; ୨୩ ସହର ପାରଦ ୧୦ ଡିଗ୍ରୀ ତଳେ
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଜି. ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବାବେଳେ ଏଠାରେ ତାପମାତ୍ରା ୩ ଡିଗ୍ରୀ ରହିଛି।

ସେହିପରି ସେମିଳିଗୁଡ଼ାରେ ୪.୧ ଡିଗ୍ରୀ, ଫୁଲବାଣୀ ୫ ଡିଗ୍ରୀ, ରାଉରକେଲାରେ ୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ୫.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କିରୋଇରେ ୭.୪ ଡିଗ୍ରୀ, କେନ୍ଦୁଝରରେ ୭.୬ ଡିଗ୍ରୀ, ଚିପିଲିମାରେ ୭.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୭.୮ ଡିଗ୍ରୀ ରହିଛି।
ଅନୁଗୋଳରେ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ କୋରାପୁଟ ଓ ବଲାଙ୍ଗୀରରେ ୮.୫ ଡିଗ୍ରୀ ରହିଛି। ବାରିପଦା ଓ ଢେଙ୍କାନାଳ ୮.୬ ଡିଗ୍ରୀ, ରାଣୀତାଲରେ ୮.୮ ଡିଗ୍ରୀ, ନବରଙ୍ଗପୁର ୯.୫ ଡିଗ୍ରୀ ରହିଛି। ସେହିପରି କଟକ ଓ ସୋନପୁରରେ ୯.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ବାଲେଶ୍ବରରେ ୯.୮, ସମ୍ବଲପୁରରେ ୯.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରିହଛି।












Click it and Unblock the Notifications