ରାଜ୍ୟରେ ହାଡ଼ଭଙ୍ଗା ଶୀତ; ୧୦ ଡିଗ୍ରୀ ତଳେ ୧୬ ସହର
ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ତେବେ ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ସେମିଳିଗୁଡ଼ାରେ ସର୍ବନିମ୍ନ ୩.୫ ରହିଥିବା ବେଳେ ଜି. ଉଦୟଗିରି ୪, ଫୁଲବାଣୀ ୫.୨ ଡିଗ୍ରୀ, ଚିପିଲିମା ୬.୧, ରାଉରକେଲା ୬.୬, ଝାରସୁଗୁଡ଼ା ୬.୮ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଦାରିଙ୍ଗବାଡ଼ି ୭, ଭବାନୀପାଟଣା ଓ ଅନୁଗୋଳ ୮, କିରେଇ ୮.୧ ଡିଗ୍ରୀ, ନବରଙ୍ଗପୁର ୮.୬, କୋରାପୁଟ ଓ ବଲାଙ୍ଗୀର ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ ୯.୬, ସୋନପୁର ତାପମାତ୍ରା ୧୦ ଡିଗ୍ରୀ ରହିଛି।

ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ଏପରିକି ପ୍ରବଳ ଶୀତ ଯୋଗୁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ, ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏଣେ ଶୀତର ମଜା ନେବା ପାଇଁ ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। କନ୍ଧମାଳ ଜିଲାର ହିଲଟପ, କଫିବଗିଚା, କଳିଙ୍ଗା ଘାଟି ଓ ବଟାନିକାଲ ଗାର୍ଡେନ ଭଳି ବହୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି।












Click it and Unblock the Notifications