ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି, ୧୨ ଯାଏଁ ନିସ୍ତାର ନାହିଁ
ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ସହ ଶୀତଳତମ ସହର ଭାବେ ପରିଗଣିତ ହୋଇଛି।

ରାଜ୍ୟ ପାଣିପାଗ ବିଭାଗର ସୂଚନାନୁସାରେ, ସୋମବାର ଜି.ଉଦୟଗିରିରେ ତାପମାତ୍ରା ୪.୩ ଡିଗ୍ରୀ ଥିବାବେଳେ ସେମିଳିଗୁଡ଼ାରେ ୪.୬ ଡିଗ୍ରୀ, ଫୁଲବାଣୀରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୭.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି।
ସେହିପରି ଚିପିଲିମାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ଅନୁଗୋଳରେ ୮.୮ ଡିଗ୍ରୀ, କିରେଇରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। କାମଧନ୍ଦାକୁ ଯିବା ଶ୍ରମିକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।












Click it and Unblock the Notifications