ଦେଶରେ ଟ୍ରେଣ୍ଡ ହେବାରେ ଲାଗିଛି 'ଓଡ଼ିଆ ଭାଷା ସମ୍ମିଳନୀ'
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆଉ ବର୍ତ୍ତମାନ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସାରା ଦେଶରେ ଟ୍ରେଣ୍ଡ ହେବାରେ ଲାଗିଛି । ସୋସଆଲ ମିଡଆ ପ୍ଲାଟଫର୍ମ ଏକ୍ସରେ ଟ୍ରେଣ୍ଡ ହେଉଛି ଓଡ଼ିଆ ଭାଷା ସମ୍ମିଳନୀ । ସୁଚନାଯୋଗ୍ୟ, ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ବନ୍ଦେ ଉତ୍କଳ ଜନନୀ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଭିଏଁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ । ଏହି ଭାଷା ସମ୍ମିଳନୀରେ ଦେଶ ବିଦେଶର ଶତାଧିକ ଲେଖକ, ସାହିତ୍ୟିକଙ୍କ ସମାଗମ ହୋଇଛି । ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍ ଏହି ସମ୍ମିଳନୀରେ ଉପସ୍ଥିତ ରହିଛନ୍ତି ।
ଆମେ ଓଡ଼ିଆ, ଓଡ଼ିଆ ଆମ ଭାଷା, ଏହା ହେଉଛି ଆମର ପରିଚୟ । ଭାଷା ଏକ ଜାତିର ମୁଖଶାଳା । ଭାଷା ହେଉଛି ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି, ଭାଷା ପାଇଁ ଗୌରବର ଦିନ । ଭାଷା ସମ୍ମିଳନୀର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାଷା ଗୋଟିଏ ଜାତିର ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି ପାଇଁ, ଆମ ଭାଷା ପାଇଁ ଗୌରବର ଦିନ ଆରମ୍ଭ ହେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।












Click it and Unblock the Notifications