ବର୍ଥ ଡେ ସେଲିବ୍ରେସନ: ଯାଜପୁରରେ ଲାଗିଲା ନବୀନ ପଟ୍ଟନାୟକଙ୍କ ୧୦୦ ଫୁଟିଆ ପୋଷ୍ଟର
ଆଜି ନବୀନଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାାଇଛି । ସ୍ଥାନୀୟ ବାଳାଶ୍ରମ ପଡିଆରେ ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍ କାଟିଛନ୍ତି ନେତା ଓ କର୍ମୀ । ପ୍ରବଳ ଆତସବାଜିରେ କମ୍ପିଛି ଯାଜପୁର ଆକାଶ । ବାଣରେ ଲେଖା ଯାଇଛି I LOVE
ଯାଜପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଜନସେବାରେ ୨୫ ବର୍ଷ ଉତ୍ସର୍ଗ କରିଛନ୍ତି ଦେଶ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ବସିବାରେ କୌଣସି ଭାରତୀୟ ରାଜ୍ୟର ଦୀର୍ଘତମ ସେବାୟତ ନବୀନ ପଟ୍ଟନାୟକ ।

ତେବେ ଆଜି ନବୀନଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାାଇଛି । ସ୍ଥାନୀୟ ବାଳାଶ୍ରମ ପଡିଆରେ ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍ କାଟିଛନ୍ତି ନେତା ଓ କର୍ମୀ । ପ୍ରବଳ ଆତସବାଜିରେ କମ୍ପିଛି ଯାଜପୁର ଆକାଶ । ବାଣରେ ଲେଖା ଯାଇଛି I LOVE NAVEEN ।
କହିରଖୁ କି, ଆଜି (ରବିବାର) ମୁଖ୍ୟମନ୍ତ୍ରୀଙ୍କୁ 76 ବର୍ଷ ପୂରି 77 ଚାଲିଲା । ଜନ୍ମଦିନ ପାଇଁ ନବୀନ ନିବାସକୁ ଆସିବା ବାରଣ ଥିବାବେଳେ ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି । ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ । ତେଣୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣୀ ରହିବେ ବୋଲି କହିଛନ୍ତି ।












Click it and Unblock the Notifications