ବିଜେଡିରୁ ଇସ୍ତଫା ଦେଲେ ବୀରମହାରାଜପୁରର ଯୁବ ବିଜେଡି ସଭାପତି ନାରାୟାଣ ଲୁହା
ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି । ଜଣେ ପରେ ଜଣେ ନେତା ବିଜେଡିକୁ ବାଏ ବାଏ କରୁଛନ୍ତି । ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା ଓ ତାଙ୍କ ଶତାଧିକ ସମର୍ଥକ।

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଟିକେଟ ଆଶାରେ ଥିଲେ ନାରାୟଣ। ସେ ବିଜୁ ଜନତା ଦଳ ସହିତ ଦୀର୍ଘ ଦିନରୁ ଜଡ଼ିତ ଥିବାବେଳେ ବୀରମହାରାଜପୁର ବ୍ଲକ ଯୁବ ବିଜେଡି ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ସହ ସହ ତାଙ୍କ ସ୍ତ୍ରୀ ଶାନ୍ତି ଲୁହା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଭାବେ ଅବସ୍ଥାପିତ ଅଛନ୍ତି ଏବଂ ନାରାୟଣ ଉପାଧ୍ୟକ୍ଷ ଭାବେ ଅଛନ୍ତି । ଆଜି ତାଙ୍କ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରୁ ସେ ଇସ୍ତଫା ଦେଇଥିବା ବେଳେ କେତେକ ସରପଞ୍ଚ ଓ ସମିତିସଭ୍ୟା,ସଭ୍ୟ ମଧ୍ୟ ଉକ୍ତ ଲିଷ୍ଟରେ ସାମିଲ ହୋଇଛନ୍ତି।
ସେହିପରି ବିଜେଡିର କର୍ମକର୍ତ୍ତାମାନେ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନାହାନ୍ତି। ବିଜେଡି ସଠିକ କର୍ମକର୍ତ୍ତାଙ୍କୁ ଚିହ୍ନି ପାରିଲା ନାହିଁ ବୋଲି ସେ କହିଛନ୍ତି। ନିଜ ସମର୍ଥକଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।












Click it and Unblock the Notifications