ସୁନ୍ଦରଗଡ଼ରୁ ନିଖୋଜ ତାଳଚେରରୁ ଠାବ : ମିଳିଲେ ବିର୍ଜୁ କୁଲୁ
ଶନିବାର ରାତିରୁ ନିଖୋଜ ଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁଙ୍କୁ ଶେଷରେ ଠାବ କରାଯାଇଛି ।
ତାଳଚେର : ଶନିବାର ରାତିରୁ ନିଖୋଜ ଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁଙ୍କୁ ଶେଷରେ ଠାବ କରାଯାଇଛି । ତାଳଚେରରୁ ତାଙ୍କୁ ଠାବ କରାଯାଇଛି । ତାଳଚେରର ଏକ ରାତ୍ରି ଆଶ୍ରୟସ୍ଥଳୀରେ ଗତ ସୋମବାର ରାତିରେ ତାଙ୍କୁ ଠାବ କରାଯାଇଛି ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି । ଏଥିସହ ତାଳଚେରରୁ ତାଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ରୁ ଯାଇଛି । ବିର୍ଜୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସାଗରିକା କହିଛନ୍ତି ।
ଅପରପକ୍ଷରେ ସୁନ୍ଦରଗଡ଼ରୁ ପ୍ରାୟ ଛଅ ଘଣ୍ଟାର ରାସ୍ତା ତାଳଚେର ହୋଇଥିବା ବେଳେ ବିର୍ଜୁ ସେଠାକୁ କିପରି ଗଲେ ଏହାକୁ ନେଇ ସସପେନ୍ସ ଦେଖା ଦେଇଛି ।

ସରକାରୀସ୍ତରରେ ବିର୍ଜୁଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ କାହିଁକି ଘର ଛାଡି ବିର୍ଜୁ ଚାଲି ଯାଇଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି । ଏଠାରେ କହି ରଖୁଛୁ କି ରୋଜଗାର ପାଇଁ ଯାଇଥିବା ବେଳେ ଅନ୍ୟମନସ୍କ ହୋଇ ସେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ । ପରେ ପାକିସ୍ତାନ ଜେଲରେ ସେ ଦୀର୍ଘ 25 ବର୍ଷ ବନ୍ଦୀ ହୋଇ ରହିଥିଲେ । ଶେଷରେ ତାଙ୍କୁ ଗତ ଅକ୍ଟୋବର 26 ରେ ପାକିସ୍ତାନ ଜେଲରୁ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନଭେମ୍ବର 13 ତାରିଖରେ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା ।












Click it and Unblock the Notifications