Get Updates
Get notified of breaking news, exclusive insights, and must-see stories!

ଜୟଦେବ ଭବନରେ ବିରେନ ମିତ୍ର ଜୟନ୍ତୀ ପାଳିତ

ଜୟଦେବ ଭବନରେ ବିରେନ ମିତ୍ର ଜୟନ୍ତି ପାଳିତ । ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱର: ଜନଗଣଗ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଜଣେ ରାଜନୈତିକ ନେତା ଓ ସମାଜ - ସଂସ୍କାରକ ଥିଲେ । ବାଲ୍ୟକାଳରୁ ତାଙ୍କ ମଧ୍ୟରେ ସାନବଡ଼ର ଭେଦଭାବ ନଥିଲା । ସେ ଜନସାଧାରଣଙ୍କୁ ଜନତା ଜନାର୍ଦ୍ଦନ ବୋଲି ବିଚାର କରୁଥିଲେ । ବ୍ୟକ୍ତିଗତ ଜୀବନରେ ତାଙ୍କର କେହି ଶତ୍ରୁ ନଥିଲେ । ସାଧାରଣ ଜୀବନରେ ସେ ଥିଲେ ଅଜାତ ଶତ୍ରୁ । ଜନନେତା ଭାବେ ବୀରେନ୍ ମିତ୍ର ଯେତିକି ସୁପରିଚିତ ଥିଲେ ତାଙ୍କ ଦରବାର ପାଇଁ ସେ ସେତିକି ଚର୍ଚ୍ଚିତ ଥିଲେ । ଶହ ଶହ ଲୋକଙ୍କ ସମସ୍ୟା ସମାଧାନ ସେ ଏକାକୀ କରୁଥିଲେ । ସେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ସାଧାରଣ ଲୋକ ଖୁବ୍ ଖୁସି ହୋଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

biren mitra

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ବୀରେନ୍ ମିତ୍ର ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଜନଗଣର ନେତା ବୀରେନ୍‌ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଇଁ , ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବୀରେନ୍ ମିତ୍ର ଜଣେ ଲୋକପ୍ରିୟ ଜନପ୍ରତିନିଧି ଏବଂ ନିଃସ୍ୱାର୍ଥପର ସମାଜସେବୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସ୍ଵର୍ଗତ ବୀରେନ ମିତ୍ର ନବ ଓଡ଼ିଶାର ସ୍ଵପ୍ନ ଚରିତାର୍ଥ କରିବାରେ ତାଙ୍କର କାର୍ଯ୍ୟାବଳୀ ଉଲ୍ଲେଖଯୋଗ୍ୟ ଥିଲା । ଜଣେ ହୃଦୟବାନ , ନିଃସ୍ୱାର୍ଥପର ସାମାଜସେବୀ ତଥା ନିରହଙ୍କାରୀ ମଣିଷ ଭାବେ ସେ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି ମନ୍ତ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।

ବୀରେନ୍ ମିତ୍ର ଫାଉଣ୍ଡେସନ୍‌ର ସଭାପତି ପ୍ରିୟଦର୍ଶୀ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜଣେ ଦକ୍ଷ ଛାତ୍ରସଂଗଠକ ଭାବେ ବିଚକ୍ଷଣ ନେତୃତ୍ଵର ପରାକାଷ୍ଠା ପ୍ରତିପାଦନ କରିଥିବା ବୀରେନ୍ ମିତ୍ର ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ । ତାଙ୍କର ଜନପ୍ରିୟତାକୁ ପ୍ରମାଣ କରି ସେ କଟକ ଆସନରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇପାରିଥିଲେ ବୋଲି ମିଶ୍ର ପ୍ରକାଶ କରିଥିଲେ । ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ପଞ୍ଚାୟତିରାଜ ଓ ପାନୀୟ ଜଳ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ବୀରେନ୍‌ ମିତ୍ରଙ୍କୁ ଏକାଧାରେ ସ୍ଵାଧୀନତା ସଂଗ୍ରାମୀ , ସଂଗଠକ , ରାଜନେତା , ସାମ୍ବାଦିକତା , ସଂସ୍କୃତିପ୍ରେମୀ , ସମାଜ ସଂସ୍କାରକ ଭାବେ ଅଭିହିତ କରିଥିଲେ । ଓଡ଼ିଶାର ସହର - ମଫସଲ , ଶିକ୍ଷିତ - ଅଶିକ୍ଷିତ , ଧନି ଓ ନିର୍ଦ୍ଦନ ସବୁ ମହଲରେ ସବୁଶ୍ରେଣୀର ଲୋକ ତାଙ୍କୁ ବୟସ ନିର୍ବିଶେଷରେ ' ଦାଦା ' ବୋଲି ଡାକିବା ଥିଲା ତାଙ୍କର ଶ୍ରେଷ୍ଠ ପରିଚୟ ବୋଲି ସେ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅତିଥିମାନଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରି ବ୍ୟକ୍ତିଗତ ଜୀବନରେ ସରଳତା , ତ୍ୟାଗ , ସେବା ଓ ରାଜନୈତିକ ଜୀବନରେ ଦକ୍ଷତା ଓ ନିର୍ଗୀକତା ନିମନ୍ତେ ବୀରେନ୍ ମିତ୍ର ଚିରସ୍ମରଣୀୟ ରହିବେ ବୋଲି କହିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସିତାଂଶୁ ଶେଖର ରାଉତ ଏବଂ ସାଥ୍‌ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଅତିଥିମାନେ ଡ . ଦେବଦତ୍ତ ମହାନ୍ତିଙ୍କ ଲିତ ବୀରେନ୍ ମିତ୍ରଙ୍କ ଜୀବନୀ ପୁସ୍ତକର ଉନ୍ମୋଚନ କରିଥିଲେ । ବିଶିଷ୍ଟ ସମାଜସେବୀ ଦେବାଶିଷ ରାଉତ ଓ ଲିଟୁ ରାଉତରାୟ , କଟକ ଜିଲ୍ଲା ଶିକ୍ଷା ପରିଦର୍ଶକ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ନିତ୍ୟାନନ୍ଦ ସୁନ୍ଦରାୟ ଏବଂ କନ୍‌ସୋଲ୍‌ଟାଣ୍ଟ ଗ୍ୟାସ୍ଟ୍ରୋ ଏଣ୍ଡ୍ରୋଲୋଜି ଡକ୍ତର ଏ.ପି. ଜେନାଙ୍କୁ ଅତିଥିମାନେ ସମ୍ବଦ୍ଧିତ କରିଥିଲେ । ବୀରେନ୍ ମିତ୍ର ଫାଉଣ୍ଡେସନ୍‌ର ସଂପାଦକ ସୌମିତ୍ର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ରନାଥ ପରିଡ଼ା , ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ , ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+