ବାର୍ଡ ଫ୍ଲୁ ଯୋଗୁଁ ପିପିଲିରେ ଆରମ୍ଭ ହେଲା କୁକୁଡ଼ା ମରା
ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ଭୟ ଭିତରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ। ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ।

ପିପିଲି ଅଞ୍ଚଳରେ ଥିବା ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା। ବାର୍ଡ କଲିଂ ପାଇଁ ଗଠନ କରାଯାଇଛି ୧୨ ଜଣିଆ ଟିମ୍। ଗତକାଲି ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। କଲିଂକୁ ନେଇ କୁକୁଡ଼ା ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଉପଯୁକ୍ତ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ଗୋଟିଏ ହେଲେ ବି କୁକୁଡ଼ା ମାରିବାକୁ ଦିଆଯିବ ନାହିଁ ବୋଲି ଚାଷୀ କହିଛନ୍ତି।












Click it and Unblock the Notifications