ବାର୍ଡ-ଫ୍ଲୁ ଆତଙ୍କ: ଆଜିଠୁ ମରାହେବ ଦେଶୀ କୁକୁଡ଼ା; ପୋତାଗଲାଣି ୨୬ହଜାରରୁ ଅଧିକ କୁକୁଡା

ଆଜିଠୁ ମରାହେବ ଦେଶୀ କୁକୁଡ଼ା। ପୁରୀ ଜିଲ୍ଲା ପିପିଲିରେ ବ୍ଲାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଚାଲିଛି କୁକୁଡ଼ାମରା ଅଭିଯାନ। ପିପିଲି ଓ ସତ୍ୟବାଦୀ ବ୍ଲକ୍ ଅଞ୍ଚଳରୁ ମୋଟ୍ ୨୬ହଜାର ୩୭୧ଟି କୁକୁଡ଼ା ମରାଯାଇ ମାଟିରେ ପୋତାଯାଇଛି । ଉଭୟ ବ୍ଲକରେ ସଂକ୍ରମିତ ଅଞ୍ଚଳର ଫାର୍ମରୁ କୁକୁଡ଼ା ମରା ଶେଷ ହୋଇଥିବାବେଳେ ଆଜି ଠାରୁ ସଂକ୍ରମିତ ସ୍ଥାନର ୧କିଲୋମିଟର ପରିସୀମା ଅଞ୍ଚଳର ବାରି ଅଗଣାରେ ଥିବା କୁକୁଡ଼ା, ବତକଙ୍କୁ ମରାଯିବ।

Bird-Flu Panic in odisha

ଏଥିସହ ଉଭୟ ବ୍ଲକର ସଂକ୍ରମିତ ଅଞ୍ଚଳ ମଧ୍ୟରେ ରହିଥିବା ସମସ୍ତ କୁକୁଡ଼ା ଫାର୍ମକୁ ବିଶୋଧନ କାର୍ୟ୍ୟ ଚାଲୁରହିଛି। ଏହି କୁକୁଡ଼ା ମରା ଓ ଫାର୍ମ ବିଶୋଧନ ଅଭିଯାନରେ ପିପିଲି ବ୍ଲକରେ ୧୩ଟି ଓ ସତ୍ୟବାଦୀ ବ୍ଲକରେ ୮ଟି ରାପିଡ୍ ରେସ୍ପନ୍ସ ଟିମର ସଦସ୍ୟ ସାମିଲ ଅଛନ୍ତି। ପିପିଲି ବ୍ଲକ ତେଇସିପୁର ପଞ୍ଚାୟତର ଆବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୫୪ଟି ଫାର୍ମରୁ ୨୦ହଜାରରୁ ଅଧିକ ଓ ସତ୍ୟବାଦୀ ବ୍ଳକ ଧୋଜାମୁଣ୍ଡାଇ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ୧୦ଟି କୁକୁଡ଼ା ଫାର୍ମରୁ ୧୮ହଜାରରୁ ଅଧିକ କୁକୁଡ଼ା ମାରିବା ପାଇଁ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ୨୪ତାରିଖରୁ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଧୋଜାମୁଣ୍ଡାଇ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୩ଟି ଫାର୍ମରୁ କୁକୁଡ଼ା ଖାଲି ହୋଇଯାଇଥିବା ବେଳେ ଅବଶିଷ୍ଟ ୭ଟି ଫାର୍ମରୁ ୧୪ହଜାର ୬ଶହ ୩୫ଟି କୁକୁଡ଼ାକୁ ଦୁଇ ଦିନ ମଧ୍ୟରେ ମରାଯାଇ ପୋତାଯାଇଛି। ୩ ଦିନ ମଧ୍ୟରେ ଏହି ଅଞ୍ଚଳରୁ ମୋଟ୍ ୧୧ହଜାର ୭୩୬ଟି କୁକୁଡ଼ା ମରାଯାଇ ମାଟିରେ ପୋତାଯାଇଛି।

ତେବେ ପିପିଲିର ସଂକ୍ରମିତ ୫ଟି ଫାର୍ମରୁ କୁକୁଡ଼ାଙ୍କୁ ମରାଯାଇଥିବାବେଳେ ଅବଶିଷ୍ଟ ୬ଟି ଫାର୍ମରେ କୌଣସି କୁକୁଡ଼ା ନଥିବା ସମ୍ପର୍କରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସାକାରୀ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+