ବାର୍ଡ ଫ୍ଲୁ ଆତଙ୍କ ; ଚାଷୀଙ୍କୁ ମିଳିବ କ୍ଷତିପୂରଣ, ମନ୍ତ୍ରୀ

ବାର୍ଡ ଫ୍ଲୁ ନେଇ ପିପିଲି ଅଞ୍ଚଳରେ ୩୦ ହଜାର କୁକୁଡା ମରାଯାଇଛି। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍‌ ଓ ସାନିଟାଇଜ୍‌ ପାଇଁ ୧୦ଟି ଟିମ୍‌ ଲାଗିଛି ବୋଲି ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।

Bird Flu

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସରକାର ନିଷ୍ପତି ନେଇଛନ୍ତି। ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି।
ଅଧିକ ପଢ଼ନ୍ତୁ: ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି: ୩୦ ହଜାର କୁକୁଡ଼ା ମରାଯାଇଛି

ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅଣ୍ଡା ପିଛା ୩ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ବାର୍ଡ ଫ୍ଲୁ ଯେପରି ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ । ସେଥିପାଇଁ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି। ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+