ରାଜ୍ୟରେ କାୟା ବିସ୍ତାର କରୁଛି ବାର୍ଡ ଫ୍ଲୁ, କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ

କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ । ରାଜ୍ୟରେ ଏବେ ବାର୍ଡ଼ ଫ୍ଲୁ ରୋଗରେ କୁକୁଡ଼ା ଆକ୍ରାନ୍ତ ଖବର ମଧ୍ୟରେ କେନ୍ଦ୍ରାପଡା ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କଠାରେ ଲକ୍ଷଣ ଦେଖାଯିବାରୁ କିଛି କୁକୁଡ଼ା ଚାଷୀଙ୍କୁ ନିଜ ଘରେ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି।

Bird flu

ସୂଚନାନୁସାରେ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚାଷୀଙ୍କ ନମୁନା ସଂଗ୍ରହ କରି ସେମାନଙ୍କୁ ଘର କ୍ୟାଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ପୁରୀର ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ହଜାର ହଜାର କୁକୁଡ଼ାଙ୍କୁ ହତ୍ୟା କରି ପୋତିଦିଆଯାଇଥିଲା। ଏହାପରେ କେନ୍ଦ୍ରାପଡ଼ାର ଡେରାବିଶ ଅଂଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା। ପୁରୀରେ ଏହା ଅଧିକ ବ୍ୟାପିବାରୁ କେନ୍ଦ୍ରୀୟ ଟିମ୍ ମଧ୍ୟ ଆସି ସେଠାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ସେହିପରି ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ବର୍ତ୍ତମାନ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଛି। ଡେଲାଙ୍ଗ, ନିମାପଡ଼ାରୁ ସଂଗ୍ରହ ନମୁନାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଉଭୟ ଜାଗାରେ କଣ୍ଟେନମେଣ୍ଟ ସହ ଲୋକଙ୍କୁ ସଚେତନ କରାଯାଉଛି। ପ୍ରାଣୀ ନିର୍ଦ୍ଦେଶକ ଓ ଜିଲାସ୍ତରୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି।

ଅପ୍ୟପକ୍ଷେ ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ଆବଲପୁର, ପୋଡଙ୍ଗ, ଜନାର୍ଦ୍ଦନପୁର, ରାୟଗରପୁର, ସହଜପୁର, ଆଳିସ, ବାଲିଗଁା, ଓଡସମୁଡ଼ି, ନୂଆଗୋଡି ଅଞ୍ଚଳର ପ୍ରାୟ ୫୪ଟି ଫାର୍ମ ଚିହ୍ନଟ କରାଯାଇଛି। ଏଥିରୁ ରାପିଡ ରେସକ୍ୟୁ ଟିମ୍‌ ୪ଟି ଫାର୍ମରୁ ପ୍ରାୟ ୫ ହଜାର କୁକୁଡ଼ା ମାରିଛି। ଏହି ଅଭିଯାନକୁ ପ୍ରାୟ ୧୫ ଦିନ ସମୟ ଲାଗିବ ବୋଲି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ ରେସକ୍ୟୁ ଟିମର ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+