ରାଜ୍ୟରେ କାୟା ବିସ୍ତାର କରୁଛି ବାର୍ଡ ଫ୍ଲୁ; ପୁରୀ ପରେ ଏବେ କେନ୍ଦ୍ରାପଡ଼ାରେ ପଜିଟିଭ ଚିହ୍ନଟ
କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି। ମଧ୍ୟପ୍ରଦେଶ ଭୋପାଳକୁ ପରୀକ୍ଷା ପାଇଁ ଯାଇଥିବା ସ୍ବାବ୍ ନମୁନା ରିପୋର୍ଟ ମିଳିବା ପରେ ପ୍ରାଣୀ ସମ୍ପଦ ବିଭାଗ ଏହା ସ୍ପଷ୍ଟ କରିଛି।

ଡେରାବିଶ ବ୍ଳକ୍ ର ବାଲିଆ ଓ ଏଣ୍ଡର ପଞ୍ଚାୟତରୁ ଯାଇଥିବା କୁକୁଡ଼ାଙ୍କ ସ୍ବାବ୍ ରିପୋର୍ଟରେ ଭୂତାଣୁ ମିଳିଥିବା ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଡେରାବିଶ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ଭାଳେଣି ପଡିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ କହିଛନ୍ତି, ବାଲିଆ ଓ ଏଣ୍ଡରରୁ ମିଳିଥିବା କୁକୁଡ଼ାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଛି।
ବିଭାଗ ତରଫରୁ ଆବଶ୍ୟକ ସତର୍କତାମୂଳକ ପଦ ମୂଳକ ପଦକ୍ଷେପ ନିଆଯାଉଛି। ଡେରାବିଶ ବ୍ଳକ୍ ଅଧୀନ ନରସିଂହପୁର ପଞ୍ଚାୟତର ବାଇକିଆ ପଡ଼ିଆରେ ସେପ୍ଟେମ୍ବର ୧ ତାରିଖରେ ଶହ ଶହ ମଲା କୁକୁଡ଼ା ବିକ୍ଷିପ୍ତ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ବ୍ଲକ୍ ର ଏଣ୍ଡର, ବାଲିଆ, ଲରାହାଟ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତକୁ ବାର୍ଡ ଫ୍ଲୁ ଡେଇଁଥିଲା । ଏହି ୫ ପଞ୍ଚାୟତରେ ଏବେ ମଧ୍ୟ କୁକୁଡ଼ା ମଡ଼କ ଲାଗିରହିଛି ।












Click it and Unblock the Notifications