କେନ୍ଦ୍ରାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ ,ଚାରିଛକରେ ନାକା ଲଗାଇଲା ପ୍ରଶାସନ
ଚିନ୍ତା ବଢାଉଛି ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମଣ ରିପୋର୍ଟ ଆସିଛି । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ପ୍ରବେଶ ପଥରେ ଜୋରଦାର ଚେକିଂ କରାଯାଉଛି । ଯେପରି କୌଣସି କୁକୁଡ଼ା ଗାଡ଼ି ଜିଲ୍ଲା ବାହାରକୁ କିମ୍ବା ଭିତରକୁ ଯାଇ ପାରିବନାହିଁ,ସେଥିପ୍ରତି କଡ଼ା ନଜର ରଖିଛି ପୋଲିସ ।
ଚିନ୍ତା ବଢାଇଛି କୁକୁଡ଼ା ମଡକ:
ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ାଉଛି ଟେନସନ । ଅନ୍ୟ ଅଞ୍ଚଳକୁ ପ୍ରଭାବିତ ନ ହେବା ପାଇଁ ଚାରିଛକରେ ନାକା ଲଗାଇଛି ପୋଲିସ । ନିମାପଡ଼ା, ବଳଙ୍ଗା ଏବଂ କାୟା ମେଲାଇଛି ବ୍ଲାଡ ଫ୍ଲୁ । ହଜାର ହଜାର କୁକୁଡା ମରାଯିବା ପରେ ବି ଚିନ୍ତା ବଢାଉଛି ବ୍ଲାଡ ଫ୍ଲୁ । ଏହି ବ୍ଲାର୍ଡ ଫ୍ଲୁ ସଂକ୍ରମଣ ଯେପରି ଅନ୍ୟ ଅଞ୍ଚଳକୁ ନମାଡେ ସେଥିପାଇଁ ତତ୍ପର ହୋଇଛି ସ୍ଥାନୀୟ ପ୍ରଶାସନ । ଏନେଇ ଚାରିଛକ ପୋଲିସ ଓ ପ୍ରାଣୀ ଚିକିତ୍ସା ବିଭାଗ ଆରମ୍ଭ କରିଛି ନାକା ବନ୍ଦୀ । ଚାରିଛକ ଥାନା ପକ୍ଷରୁ କଟକ, ପୁରୀ,ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ମିଳନ ସ୍ଥଳ ଚାରିଛକ ବ୍ରହ୍ମକୁଣ୍ଡି ପୁରୁଣା ଫାଣ୍ଡି ଛକ ଠାରେ ଏକ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇଛି ।

କେନ୍ଦ୍ରାପଡ଼ାରେ ବ୍ଲାର୍ଡ ଫ୍ଲୁ ଚିହ୍ନଟ :
କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଚଳିତ ମାସ ଆରମ୍ଭରେ ନରସିଂହପୁର ଅଞ୍ଚଳରେ ଅଚାନକ କୁକୁଡ଼ା ମରିବା ପରେ ବାର୍ଡ ଫ୍ଲୁ ଭୟ ସଞ୍ଚାର ହୋଇଥିଲା । ତେବେ ଗତ ୫ ତାରିଖରେ ନରସିଂହପୁର ସମେତ ଏହି ଅଞ୍ଚଳର କେତେକ କୁକୁଡା ଫାର୍ମରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତକାଲି ସନ୍ଧ୍ୟା ଅର୍ଥାତ (ଶନିବାର) ପ୍ରଶାସନର ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଜଣାଯିବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।
କ'ଣ କହିଲେ ଅତିରିକ୍ତ ଜିଲ୍ଲାପାଳ:
କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି," ରିପୋର୍ଟ ଆସିବା ପରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନେତୃତ୍ତ୍ଵରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ସଂକ୍ରମିତ ଅଞ୍ଚଳରେ କୁକୁଡା ମାରିବା ସହ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯିବ । ଆଜି(ରବିବାର) ସକାଳୁ ଏକ ରାପିଡ୍ ରେସପନସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କୁକୁଡ଼ା ମାରୁଛନ୍ତି,ଏଥିରେ ପ୍ରାୟ ୯୦ ରୁ ଅଧିକ ସଦସ୍ୟ ସାମିଲ ରହିଛନ୍ତି ।"
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications