Get Updates
Get notified of breaking news, exclusive insights, and must-see stories!

Bird Flu: ବାର୍ଡ ଫ୍ଲୁ ହେତୁ ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପ୍ରଶାସନର କଟକଣା

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। ଏଥିପାଇଁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ ପୁରୀ ପ୍ରଶାସନ କଟକଣା ଲଗାଇଛି । ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ କୁହାଯାଇଛି ।

ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ ସିଲ ହୋଇଛି । ଡେଲାଙ୍ଗ ବ୍ଲକରେ ୩୪୪ଟି ଫାର୍ମ ରହିଛି। ବିଶୋଧନ କରି ୬୪ଟି ଫାର୍ମକୁ ସିଲ୍ କରାଯାଇଛି । ସେହିଭଳି ସତ୍ୟବାଦୀରେ ୨୨ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ କରିଛି ପ୍ରାଣୀ ସମ୍ପଦ ବିଭାଗ ।

ଏହି ସବୁ ଫାର୍ମରେ କୁକୁଡ଼ା ଚିଆଁ ଛାଡି ପାରିବେନି ଚାଷୀ । ବାର୍ଡ-ଫ୍ଲୁ କ୍ଷୟକ୍ଷତି ପୂରଣରୁ ବଂଚିତ କୁକୁଡ଼ା ଚାଷୀ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ସାତ ଦିନରେ ବିଭାଗ କ୍ଷତି ପୂରଣ କଥା ନବୁଝନ୍ତି ଚାଷୀ ସମୂହ ରାଜରାସ୍ତା ଅବରୋଧ କରି ଅଖଚକ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Bird Flu

ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ହେବନି ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିପରି ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠା ନଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । କୁକୁଡା ଚାଷୀମାନେ ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରିବେ। ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଫାର୍ମ ମାଲିକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।

କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପୁରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ କୁକୁଡା ମାଂସ ନଖାଇବାକୁ ପରାମର୍ଶ ଦେଇଥିଲେ ଟିମ୍‌ ସଦସ୍ୟ । ବାର୍ଡ ଫ୍ଲୁ ବ୍ୟାପିଥିବାରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+