ହୀରାକୁଦରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ; ୩୨ଟି ଟିମ୍ ନିୟୋଜିତ

ଆଜିଠାରୁ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଗଣନା ଆରମ୍ଭ ହେବ । ପକ୍ଷୀ ଗଣନା ପାଇଁ ୩୨ଟି ଟିମ୍ ନିୟୋଜିତ ଅଛନ୍ତି । ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍‌ରେ ସାମିଲ ଅଛନ୍ତି ।

ଚିଲିକାରେ ପକ୍ଷୀ ଗଣନା ଶେଷ

ଚିଲିକାକୁ ଚଳିତ ବର୍ଷ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ )ର ମିଳିତ ଆନୁକୂଲ୍ୟରେ ଗୁରୁବାର ପକ୍ଷୀ ଗଣନା କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ହୋଇଛି । ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୩୧ହଜାର ୯୨୯ ପକ୍ଷୀ ସମାଗମ ହୋଇଥିଲା ।

କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୧ ଲକ୍ଷ ୩୭ ହଜାର ୭୫୯ରେ ପହଞ୍ଚିଛି । ଅର୍ଥାତ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ ହଜାର ୮୩୦ ଅଧିକ ପକ୍ଷୀ ଚିଲିକାକୁ ଆସିଛନ୍ତି । ୧୫୫୩ ବର୍ଗ କିମି ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଗତ ବର୍ଷ ଏଠାରେ ୩ ଲକ୍ଷ ୪୨ ହଜାର ୮୯୭ ଟି ପକ୍ଷୀଙ୍କ ବେ ସମାଗମ ହୋଇଥିଲା । ଅର୍ଥାତ ଚଳିତ ବର୍ଷ ୪ ହଜାର ବର୍ଷ ୩୮୩ ପକ୍ଷୀ ବୃଦ୍ଧି ପାଇଛି । ବିଗତ ବର୍ଷ ଗୁଡିକରେ ୧୮୩ ଥିବାବେଳେ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୭ ପ୍ରଜାତି ପକ୍ଷୀ ଆସିଛନ୍ତି ।

Bird count

ସେଥିରୁ ସେଥ୍‌ରୁ ବିଦେଶ ଗତ ପକ୍ଷୀ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର୮୩୦ ଓ ଦେଶୀୟ ପକ୍ଷୀ ୭୯ ପ୍ରଜାତିର ୩୮ ହଜାର ୯୪୬ ଥିଲେ । ଏଥର ଅଧିକ ୩ ପ୍ରଜାତିର ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଗର ଅନୁକୂଳ ଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଛି । ନୂତନ ଅତିଥି ଭାବେ ଚଳିତ ବର୍ଷ ପଲାଜ ଫିସ ଇଗଲ ଦୃଷ୍ଟି ଗୋଚର ହୋଇଛନ୍ତି । ନଳବଣରେ କେବଳ କ୍ଷ୍ୟ ୧୮୭ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।

ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନର୍ଦଲ ପିଙ୍କଟେଲ ପ୍ରଜାତିର ୨ ଲକ୍ଷ ୧୮ ହଜାର ୬୧୪ ଥିବାବେଳେ ସର୍ବ ନିମ୍ନ ପେଲିକାନମାତ୍ର ଗୋଟିଏ ଦେଖା ଯାଇଛି । ଚଳିତବର୍ଷ ଚିଲିକାକୁ ୮୨୦ଟି ଫ୍ଲେମିଙ୍ଗୋ ଆସିଛନ୍ତି । ସେହିଭଳି ୧ ଲକ୍ଷ ୪୦ ହଜାର ୩୮୨ଉଇଜନ, ୨ ଲକ୍ଷ ୧୮ ହଜାର ୨୫୪ ନର୍ଦନ ପ୍ରିଣ୍ଟେଲ ଏବଂ ୧ ଲକ୍ଷ ୫୬ ହଜାର ୬୩୬ ଗଡ଼ୱାଲ ତଥା କମନକୁଟ୍ ଆସିଛନ୍ତି । ଚଳିତବର୍ଷ ଆଲାଜଫିସ୍ ଫିଗର ନାମକ ନୂଆ ପକ୍ଷୀ ଚିଲିକାକୁ ଆସିବା ଗଣନାକାରୀଙ୍କୁ ଉତ୍ସାହିତ କରିଛି । ସେହିଭଳି ଫାଇକେଡଟିଲ୍ ଓ ଇଉରାଶିଆନ୍ ପ୍ରଜାତିର ପକ୍ଷୀ ମଧ୍ୟ ଏଥର ଚିଲିକାରେ ଦେଖିବାକୁ ମିଳିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+