ବିଦା ହେଲେ ବୈପାରୀଗୁଡ଼ା IIC
କଟକ: ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀ ଚାକିରୀରୁ ବହିଷ୍କୃତ । ଭିଜିଲାନ୍ସ ଜାଲରେ ଧରାପଡିବା ପରେ ତାଙ୍କୁ ବହିଷ୍କାର କଲେ ଡିଜିପି । ସୁଶାନ୍ତଙ୍କ ଘରୁ ୩୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସୂଚନାଥାଉ ଯେ, କନଷ୍ଟେବଳରୁ ଥାନାଧିକାରୀ ହୋଇଥିଲେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀଙ୍କ । ତାଙ୍କ କଟକ ବକ୍ସିବଜାର କ୍ୱାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଜବତ କରିଛି । ଭିସିଲାନ୍ସ ଆଇଆଇସିଙ୍କଠାରୁ ୩୭ ଲକ୍ଷ ଟଙ୍କା ଜଗତ କରିଛି । ଏକ ଘରୋଇ ବସରେ କଟକ ଆସୁଥିବା ସମୟରେ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିୱା ଭିଜିଲାନ୍ସ । ଯେଉଁ ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା ସେହିପରି ତାଙ୍କ ଚାମ୍ବରରୁ ୮୦ ହଜାର ଏବଂ ତାଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ନେଇ ସୂଚନା ରହିଛି ।
ବୈପାରୀଗୁଡ଼ା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗ ଦେଇଥିଲେ । ତେବେ ଏତେ ଟଙ୍କା ସେ କେଉଁଠୁ ଆସିଲା ଏବଂ କୁଆଡେ ନେଉଥିଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି । ଗତ ଏକ ମାସ ହେବ ଭିଜିଲାନ୍ସ ସ୍କାନରରେ ରହିଛି IIC ।












Click it and Unblock the Notifications