ସୋନପୁର ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାୟ
ଭୁବନେଶ୍ବର: ସୋନପୁରର ନୂଆ ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାୟ । ସୋନପୁରର ନୂଆ ଜିଲ୍ଲାପାଳ ବିମଳେନ୍ଦୁଙ୍କୁ ନିଯୁକ୍ତି ମିଳିଛି ।

ବିମଳେନ୍ଦୁଙ୍କ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ। ପୂର୍ବରୁ ସୂର୍ଯ୍ୟନାରାୟଣ ଦାସ ଏହି ଦାୟିତ୍ତ୍ୱରେ ଥିଲେ। ତେବେ ତାଙ୍କ ସ୍ଥାନରେ ବିମଳେନ୍ଦୁ ରାୟଙ୍କୁ ନିଯୁକ୍ତି ମିଳିଛି । ତେବେ ସୋନପୁରର ଜିଲ୍ଲାପାଳ ଆବୋଲି ସୁନିଲ ନରବାଣେଙ୍କୁ ଝାରସୁଗୁଡାକୁ ବଦଳି କରାଯାଇଥିଲା । ଉପନିର୍ବାଚନ ପୂର୍ବରୁ ନରବାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସୁନିଲ ନରବାଣେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବାପରେ ଦୁଇମାସ ହେଲା ସୋନପୁରରେ ଜିଲ୍ଲାପାଳ ପଦବୀ ଖାଲିପଡିଥିଲା । ବରିଷ୍ଠ ଓଏସ ଅଧିକାରୀ ତଥା ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟାଣ ଦାଶ ସେହି ଦିନଠାରୁ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ ।












Click it and Unblock the Notifications