ବନ୍ଧା ହେଲେ କୋଟିପତି ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ

ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ହୋଇଛନ୍ତି। ବୁଧବାର ସୂର୍ଯ୍ୟମଣିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ରେଡ୍‌ ବେଳେ ଖଟ ତଳୁ ମିଳିଥିଲା ନଗଦ ୧୭ ଲକ୍ଷ ଟଙ୍କା। ଏଥି ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିଲା।

Suryamani Pattayoshi

ସୂଚନାଯୋଗ୍ୟ, ଖଟ ତଳେ ଗଦି ମରାଯାଇ ରଖା ଯାଇଥିଲା ଖାଲି ପାଞ୍ଚ ଶହ ଟଙ୍କିଆ ବିଡା। ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ମିଳିଥିଲା ଏହି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧ ନିର୍ମିତ କୋଠା ଘରେ ମଧ୍ୟ ହୋଇଥିଲା ଚଢାଉ। ସେହିପରି ଲାଞ୍ଜିପଲ୍ଲୀଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଥିଲା। ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ। ଗଞ୍ଜାମ ଜିଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ନଗଦ ଟଙ୍କାସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିଲା। ଟଙ୍କା ଓ ଗହଣାକୁ ଛାଡ଼ି ଦେଲେ ଭୁବନେଶ୍ବରରେ ୩ଟି ଅତି ଦାମୀ ଫ୍ଲାଟ୍, ବ୍ରହ୍ମପୁରରେ ୨ଟି ତିନି ତାଲା କୋଠାଘର ମଧ୍ୟ ଠାବ ହୋଇଥିଲା। ଏହା ବ୍ୟତୀତ ଆହୁରି ଅନେକ ସମ୍ପତ୍ତି ଠାବ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+