Get Updates
Get notified of breaking news, exclusive insights, and must-see stories!

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ; ମିଶନ ଶକ୍ତି ବଜାରରୁ କିଣିଲେ କୋରାପୁଟ କଫି, କନ୍ଧମାଳ ହଳଦୀ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ । ଭୁବନେଶ୍ୱର ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଓ କୃଷକଙ୍କ ବିକାଶ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ବିଷୟରେ ଆଲୋଚନା ହୋଇଥିଲା ।

ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍ ଗେଟ୍ସ । ମୁଖ୍ୟମନ୍ତ୍ରୀ -ବିଲ୍ ଗେଟ୍ସ ଆଲୋଚନା ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ସକାଳୁ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତ ମା' ମଙ୍ଗଳାବସ୍ତି ପରିଦର୍ଶନ କରିଥିଲେ ବିଲ୍ ଗେଟ୍ସ । ବସ୍ତି ବୁଲିବା ସହ ସେ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଥିଲେ । ଘରକୁ ଘର ଯାଇ ସେମାନଙ୍କୁ ଏଠାର କ'ଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ । ପରେ କୃଷି ଭବନ ପରିଦର୍ଶନ କରିବା ସହିତ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଥିଲେ ।

Bill Gates met cm

ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା। ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା। ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିବା ପାଇଁ କୃଷି ଭବନରେ ପହଞ୍ଚିଥିଲେ ବିଲ୍ ଗେଟ୍ସ।

ଏଥି ସହିତ ବିଲ୍ ଗେଟ୍ସ ଭୁବନେଶ୍ବରରେ ନୂଆ ଭାବେ ଉଦ୍‌ଘାଟିତ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଥିଲେ । ବିଲ୍ ଗେଟ୍ସ ମିଶନ ଶକ୍ତି ବଜାରର ସବୁ ଷ୍ଟଲକୁ ଗୋଟିଗୋଟି କରି ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ । ମିଶନ ଶକ୍ତି ବଜାର ପରିଦର୍ଶନ କରିବା ସହ ବିଲ୍ ଗେଟ୍ସ କୋରାପୁଟ୍ କଫି ପିଇଥିଲେ ।ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିବା ସହ ବିଲ୍‌ ଗେଟ୍ସ କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣି ସାଥିରେ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+